No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ବରଗଡ଼ :- ବରଗଡ଼ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଆଜି ଜୟ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଅଂଚଳର ଶ୍ରମିକ ବେକାର ହୋଇ ଭୋକ ଉପାସରେ ରହୁଛନ୍ତି ଏବଂ ତାଙ୍କ ସ୍ଥାନରେ ବାଙ୍ଗଲାଦେଶୀ ନିର୍ମାଣ ଶ୍ରମିକ ମାନେ ଆସି କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସଂଘ ପକ୍ଷରୁ ଗତ ଦିନରେ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ସହ ବାଙ୍ଗଲାଦେଶୀ ଶ୍ରମିକ ମାନଙ୍କୁ ଚିହ୍ନଟ କରି ବିଦା କରିବାକୁ ଦାବି କରାଯାଇଥିଲା। ହେଲେ ସେଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବ ରୁ ଆଜି ଜନ ସଚେତନତା ଆରମ୍ଭ ହୋଇଛି ବୋଲି କହିଥିଲେ।
ସଭା ରେ ବାଙ୍ଗଲାଦେଶୀ ଶ୍ରମିକ ମାନେ ଆସନ୍ତା ଦିନରେ ବରଗଡ଼ରେ ବିଭିନ୍ନ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଥିବା ଓ ବର୍ତ୍ତମାନ ମଧ୍ୟ ଅନେକ ଅସାମାଜିକ କାର୍ଯ୍ୟକଳାପରେ ଏମାନେ ଲିପ୍ତ ରହୁଥିବା ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ସଭା ରେ ନିପନ ଦାଶ, ଲିପସିତ ମିଶ୍ର,ସ°ବିତ ଆଚାର୍ଯ୍ୟ, ଅଶ୍ବିନୀ ଷଡ଼ଙ୍ଗୀ, ମହମ୍ମଦ ନଜିମୁଦ୍ଧିନ, ସୁଶାନ୍ତ ଦାଶ,ପ୍ରବୀଣ ସାହୁ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ,ବଜରଙ୍ଗ ଦଳ ତଥା ବହୁ ସଂଗଠନ ପ୍ରତିନିଧି ଓ ବ୍ୟକ୍ତି ବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ।ସଭାକୁ ସଂଘ ର ସଭାପତି ସପନ ଦାଶ ଅଧକ୍ଷତା କରିଥିବା ବେଳେ ଏହାକୁ ଆଇନଜୀବୀ କିରଣ ମିଶ୍ର ପରିଚାଳନା କରିଥିଲେ। ସଂଘ ର ସମ୍ପାଦକ ବାଲାସୁ ନାଟେସ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

No Result
View All Result