ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ ଶୁକ୍ରବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତିର ଅଧ୍ୟକ୍ଷା ମମତା ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଏମପି ବିଭୁ ପ୍ରାସାଦ ତରାଇ, ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡ଼ିଓ ଆୟୁଷି ପତି, ଏବିଡ଼ିଓ ଲୋପାମୁଦ୍ରା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ରାୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ବୈଠକରେ କେବଳ ବିପିଡିପି ଵା ବ୍ଲକ ପଞ୍ଚାୟତ ଡେଭେଲପମେଣ୍ଟ ପ୍ଲାନ ଉପରେ ଏଜେଣ୍ଡା ରହିଥିଲା l ପରେ 16 ତମ କେନ୍ଦ୍ରୀୟ ଅନୁଦାନ ଓ ଷଷ୍ଠ ରାଜ୍ୟ ଅନୁଦାନ ମଧ୍ୟରୁ 50 ପ୍ରତିଶତ ଖୋଲା ପାଣ୍ଠି ଅନୁଦାନକୁ ସମସ୍ତ ପଂଚାୟତକୁ ସମାନ ଭାବରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବାପାଇଁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନେ ମତାମତ ଦେଇଥିଲେ l















