No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଭୁବନେଶ୍ୱର :- ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାମହରି ଜେନା, ବଳଦେବ ମହାରଥା, ରବିନାରାୟଣ ରଥ, ପ୍ରବୋଧ କୁମାର ସାହୁ, ଚକ୍ରଧର ବେହେରା, ପ୍ରବୀର ଦଳାଇ, ଜନାର୍ଦ୍ଦନ ପରମଗୁରୁ, ମାନସ ରଞ୍ଜନ ଜେନା, ଚନ୍ଦ୍ରଶେଖର ସେଠୀ, ଶଶୀକାନ୍ତ ରାଉତ, ସୁବାସ ପୂଜାହାରୀ, ଅତସୀ ବସୁ, ବିଦୁ୍ୟତଲତା ପାଟ୍ଟଶାଣୀ ଓ ମୋନାଲିସା ବିଶ୍ୱାଳ ଅଂଶଗ୍ରହଣ କରିଥିଲେ ।
ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶିଳ୍ପୀମାନଙ୍କ ସର୍ଜନା ପ୍ରକ୍ରିୟା ଓ ଅବବୋଧ ସଂପର୍କରେ ପ୍ରଚାରି ବୁଝିଥିଲେ । ଶିଳ୍ପୀମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ ଓଡ଼ିଶା ମାଟିର ମହକରେ ବିପୁଳ ଆନନ୍ଦ ଓ ପୁଲକ ରହିଛି ଯାହା କଳା ମାଧ୍ୟମରେ ସାରା ବିଶ୍ୱକୁ ପ୍ରସାରିତ ହେବା ଦରକାର ।
ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର, ଚିତ୍ତରଞ୍ଜନ ମହାନ୍ତି, ଗୌତମ ଚୌଧୁରୀ ପ୍ରମୁଖ ରାଜଭବନର ଅଧିକାରୀମାନେ ଉପସ୍ଥିତ ଥିଲେ ।
No Result
View All Result