No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଭୁବନେଶ୍ୱର :- ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ‘କର ଫାଉଣ୍ଡେସନ୍’, ‘ବ୍ରେନ୍ସ ଏଜୁକେସନାଲ୍ ଟ୍ରଷ୍ଟ’ଓ’ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ମେ’ ୩୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହାର ଥିମ୍ ରହିଛି ‘ପରିବେଶର ସୁରକ୍ଷା’।
ତମାଖୁ ବ୍ୟବହାର ଦ୍ୱାରା ହେଉଥିବା ଫୁସ୍ଫୁସ୍ ଜନି ଭୟଙ୍କର ଜୀବନ ନାଶକାରୀ ରୋଗ ଓ ବିଶ୍ୱ ସମୁଦାୟ ଉପରେ ଏହାର ଖରାପ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ଉପରୋକ୍ତ ସଂଗଠନର ସ୍ୱେଚ୍ଛାସେବୀମାନେ ବିଭିନ୍ନ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ଼ ଧରି ଓ ସ୍ଲୋଗାନ୍ ଦେଇ ଲୋକମାନଙ୍କୁ ସଚେତନତା କରାଇଥିଲେ ଓ ତମାଖୁ ଦ୍ୱାରା ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା ।
ଯକ୍ଷ୍ମା, କର୍କଟ ପ୍ରଭୃତି ଜୀବନ ନାଶକାରୀ ଦୂରାରୋଗ୍ୟ ବ୍ୟାଧିରୁ ବଞ୍ôଚବା ପାଇଁ ତମାଖୁ ପରିତ୍ୟାଗ କରିବା ନିହାତି ଦରକାର ବୋଲି ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ ମତବ୍ୟକ୍ତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସମାସେବିକା ବିନ୍ଦୁଜା ଉପାଧ୍ୟାୟ, ଅଶ୍ୱିନୀ ପାଢ଼ୀ, ସମାଜସେବୀ ବିନୋଦ କୁମାର ରାଉତ, ନଳିନୀକାନ୍ତ ନାୟକ, ସାଗର ପରିଡ଼ା, ସଞ୍ଜିତା ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ତାପସ ସେଠୀ, ଅଜିତ ବେହେରା, ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result