No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ବରଗଡ଼ :- ପୁସ୍ତକ ବ୍ୟକ୍ତିର ଜୀବନକୁ ବର୍ଷ ବର୍ଷ ଧରି ପ୍ରଭାବିତ କରିଥାଏ । ଛାତ୍ର ଛାତ୍ରୀମାନଙ୍କ ମୈ|ଳିକ ଜ୍ଞାନ ର ବିକାଶ ସହିତ ଭାଷା ଓ ଭାବକୁ ପ୍ରଭାବିତ କରିବା ସହ ଜଣେ ଭଲ ଲେଖକ ହେବାକୁ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଧିକ ରୁ ଅଧିକ ପୁସ୍ତକ ପଠନ ପ୍ରତି ଯତ୍ନବାନ ହୋବାକୁ ସ୍ଥାନୀୟ କେନାଲ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥି ଗଣ ମତବ୍ୟକ୍ତ କରିଛନ୍ତି ।
ସଭାପତି ମନୋରଂଜନ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅଭିନେତ୍ରୀ ଡକ୍ଟର ତପସ୍ଵିନୀ ଗୁରୁ ପୁସ୍ତକ ବୈ|ଦ୍ଧିକ ଜ୍ଞାନ ର ବିକାଶ ସହ ଛାତ୍ର ଛାତ୍ରୀମାନଙ୍କୁ ଧୈର୍ଯ୍ୟବାନ ଓ ଶୃଙ୍ଖଳିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି ଦିବ୍ୟ କିଶୋର ଦେବତା ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମର ଗୁରୁତ୍ୱ ଓ ସମସ୍ତେ ପୁସ୍ତକ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରେନ୍ଦ୍ର ମହାପାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ଜ୍ୟୋତ୍ସ୍ନାମୟୀ ପାଣିଗ୍ରାହୀ, କଲ୍ୟାଣୀ ଦାଶ, ମଞ୍ଜୁଶ୍ରୀ ସାହୁ, ପ୍ରେମ ଲତା ସାହୁ ମୈ|ସୁମୀ ମଞ୍ଜରୀ ଦୀପ୍ ଓ ରାନୁ ମହାପାତ୍ର ପ୍ରମୁଖ ପୁସ୍ତକ ଓ ପାଠାଗାର ର ଉପାଦେୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ‘ଶିଶୁଶ୍ରୀ’ ର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ। ଏହି ଅବସରରେ ପୁସ୍ତକ ପଠନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଅଂଶୁମାନ ସରାଫ,ସଗୁନ୍ ରଣା ଓ ନୀଲମ ରଣାଙ୍କୁ ପୁରସ୍କୃତ କରାଯାଇଥିଲା।
No Result
View All Result