No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ପାରଳାଖେମୁଣ୍ଡି :- ଜିଲ୍ଲା ଗୁମ୍ମା ବ୍ଳକର ବଡ଼ କଳାକୋଟ ଗ୍ରାମପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇ ଯାଇଛି । ୧୭୪ଅଭିଯୋଗ ଆସିଥିଲା ବେଳେ ସେଥିମଧ୍ୟରୁ ୮୫ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି । ଅନ୍ୟ ୮୯ ଅଭିଯୋଗ ତୁରନ୍ତ ସମାଧାନ କରିବା ସକାଶେ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ୧୨୬ଜଣ ପ୍ରକୃତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା, ROR ବଣ୍ଟନ କରାଯାଇଛି । ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ୍ୱର ଚନ୍ଦ୍ର ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଳକ ସ୍ତରୀୟ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।
No Result
View All Result