No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର କୋଭିଡି ସମୟରେ କୋଭିଡି ଦ୍ବାରା ବାପା ଓ ମାଆ ଙ୍କୁ ଏବଂ ବାପା କିମ୍ୱା ମାଆଙ୍କୁ ହରାଇ ଥିବା 8 ଜଣ ଶିଶୁଙ୍କ ପାଇଁ ପିଏମ କ୍ୟାର୍ ଫର ଚିଲରେନ୍ ସ୍କିମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଲାମାନଙ୍କର ଫିକ୍ସ ଦିପୋଜିଟ ଖାତାକୁ କର୍ପସ ପାଣ୍ଠି ପ୍ରଦାନ କରିଛନ୍ତି । ଏହି ଯୋଜନାଟି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା 29 ମେ 2021ରେ ଶୁଭାରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଯେ କୋଭିଡିରେ ବାପା ଓ ମାଆଙ୍କୁ ହରାଇଥିବା ଶିଶୁ ମାନଙ୍କୁ କିପରି ଯତ୍ନ ଓ ସୁରକ୍ଷା ଯୋଗାଇବା ବୀମା ମାଧ୍ୟମରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଧ୍ୟାନ ଦେବା,ଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନେ ତ ଆତ୍ମନିର୍ଭରଶୀଳ କିପରି ହେବେ ସେଥିପାଇଁ ସେମାନଙ୍କୁ 23 ବର୍ଷ ହେବା ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ଯୋଗାଇବା ।
18 ବର୍ଷ ପରେ ପିଲାମାନେ ଫିସ୍କ ଦିପୋଜିଟ ଥିବା 10,00000 ଟଙ୍କାର ସୁଧକୁ ନେଇ ସେମାନଙ୍କ ପାଠ ପଢିବା ଖର୍ଚ୍ଚ କରିପାରିବେ ଏବଂ 23 ବର୍ଷ ପରେ ସେମାନେ ଚାହିଁଲେ 10,00000 ଟଙ୍କା କୁ ଉଠାଇ ଭବିଷ୍ୟତର କାମରେ ଲଗାଇ ପାରିବେ । ଯୋଗ୍ୟ ପିଲାମାନଙ୍କ ମଧ୍ୟରୁ ଗୋଟିଏ ପିଲାକୁ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଅନ୍ୟ 5 ଜଣ ପିଲାଙ୍କୁ ଘୋରଇ ଇଂରାଜୀ ବିଦ୍ୟାଳୟରେ ନାମ ଲେଖା ହୋଇଛି । ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ପିଲାଙ୍କୁ ମାସିକ 1000 ଟଙ୍କା ଏବଂ ଅନ୍ୟ ମାନଙ୍କୁ 2500 ଟଙ୍କା ଲେଖାଏଁ ଦିଆଯାଇଛି । ମିଶନ ବାତ୍ସଲ୍ୟରେ ପୁଷ୍ଟପୋଷକତା ସହାୟତା ହିସାବରେ ବର୍ତ୍ତମାନ ପ୍ରତି ପିଲାଙ୍କୁ ଟଙ୍କା 2000 ଲେଖାଏଁ ଦିଆଯାଉଛି ଯାହାକି ଆସନ୍ତା ଦିନରେ ମାସିକ 4000 ଟଙ୍କା ଲେଖାଏଁ ଦିଆଯିବାର ବ୍ୟବସ୍ଥା ରହିଛି।ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା ପ୍ରତ୍ୟେକ ପିଲାଙ୍କୁ ବାର୍ଷିକ 20000 ଟଙ୍କା ଲେଖାଏଁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟରୁ ଦେବାର ବ୍ୟବସ୍ଥା ରହିଛି ।

No Result
View All Result