ମନ୍ଦିରରୁ ସମୁଦ୍ର କୂଳ ଯିବା ରାସ୍ତାରେ କେବେ ଲାଗିବ ଆଲୁଅ ଓ କେବେ ହଟିବ ଗଛଗୁଡ଼ିକର ଡ଼ାଳ : ପୋଲିସ ପ୍ରଶାସନ କାହିଁକି ସେଠାରେ କଡ଼ା ସୁରକ୍ଷା ଦେଉନାହାନ୍ତି …?
ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ପୁରୀ :- ପୁରୀ ଶ୍ରୀମନ୍ଦିର ଚର୍ତୁଃ ପାର୍ଶ୍ଵରେ ଚାଲିଛି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଶାସନ ତରଫରୁ ବୃକ୍ଷ ରୋପଣ କରାଯାଇଛି ଯାହାକି ଏବେ ନିଶାଶକ୍ତ ଲୋକଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ତେବେ ଶ୍ରୀମନ୍ଦିର ସମ୍ମୁଖ କାକୁଡିଖାଇ ଛକ ଠାରୁ ଏମାର ମଠ ପର୍ଯ୍ୟନ୍ତ ଫୁଲ ଗଛ ରୋପଣ କରାଯାଇଛି ଯାହା କି ସନ୍ଧ୍ୟା ସମୟରେ ସେହି ସ୍ଥାନ ଟି ସମୂର୍ଣ୍ଣ ଅନ୍ଧକାର ରହୁଥିବା ଦେଖିବାକୁ ମିଳିଛି ।