No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ପଦ୍ମପୁର :- ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ମଇ ୨୫ ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉଦଯାପିତ ହୋଇ ଯାଇଛି । ନାମ ଯଜ୍ଞ ର ତୃତୀୟ ଦିନରେ ନାମ ସମାପନ ସହ ପୂର୍ଣ୍ଣାହୁତି ପରେ ଦହି ହାଣ୍ଡି ଭଗ୍ନ, ପରେ ବୈଠକୀ ସଂକିର୍ତନ ଦଳ ଶବରପଡା,ମଶାନକୁଣ୍ତା,ସାରଙ୍ଗଶିଳୀ, ଦର୍ଲିପାଲି,ପୁରେନା କ,ପୁରେନା ଖ ଦଳ ଙ୍କ ପରିବେଷଣ ହୋଇଥିଲା । ଶିକ୍ଷକ ହରେକୃଷ୍ଣ ଡନସନାଙ୍କ ସଭାପତିତ୍ବରେ ବୈଠକୀ ସଂକିର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବୈଠକୀ ସଂକିର୍ତନ ପରିବେଷଣ କରିବା ପାଇଁ ଯୋଗ ଦେଇ ଥିବା ସଂକିର୍ତନଦଳ କଲାକାର ମାନଙ୍କୁ ଉତ୍ସାହିତ ଏବଂ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା । ପରେ ନଗର ପରିକ୍ରମା ସହ କଳସ ବିସର୍ଜନ ଆଦି ସମାପନ ହୋଇ ଯାଇଛି । ଏଥିରେ ଯଜ୍ଞ କର୍ତ୍ତା ଭାବେ ଜ୍ଞାନ ରଞ୍ଜନ ମହାନ୍ତି ତାଙ୍କ ଧର୍ମପତ୍ନୀ ଝରଣା ଦାସ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଦକ୍ଷବାଗ୍ମୀ ପଣ୍ଡିତ ତରଣୀ ସେନ ଦାସ ଓ ପୂର୍ଣ୍ଣ ଚନ୍ଦ୍ର ଦାସ ପୂଜାର୍ଚ୍ଚନା କାର୍ଯ୍ୟ ସପାଦନା କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ଭୋଗ ଓ ଜଳଛତ୍ର ର ବ୍ୟବସ୍ଥା କରା ଯାଇଥିଲା ।
ଆଖପାଖ ଅଂଚଳରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ମହାମନ୍ତ୍ର ଧ୍ୱନି ରେ ପୁରେନା ଗ୍ରାମର ଏକ ପବିତ୍ର ଆଧ୍ୟାତ୍ମିକ ପରିବେଶ ଭିତରେ ସମସ୍ତେ ଭଗବାନ ଙ୍କ ନାମାମୃତ ପାନକରିବା ସହ ଭଗବାନ ଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ଯଜ୍ଞ ପରିଚାଳନା କମିଟି ଯଶଦିଓ ସିଂ, ଗଣପତି ଦାଉ,ମୋତିଲାଲ ଧରୁଆ, ଜିତେନ୍ଦ୍ର ମହାନ୍ତି,ସୁରେନ୍ଦ୍ର ନାଏକ, ନରସିଂହ ଡନସନା,ଖଗେଶ୍ବର କରେଇ, କରୁଣା କର ଡନସନା,ଆନନ୍ଦ ପୁଟା, ଦୟାନନ୍ଦ ମାଝୀ,ସୁରେଶନ ଭୋଇ,ପଦ୍ମ ଲୋଚନ ବିନାଟ,ଡୋଲାମଣି ସିଂ ଙ୍କ ସମେତ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।


No Result
View All Result