ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ଉପରେ ଓଡିଶା ତାଜା ନ୍ୟୁଜ ରଖିଛି କଡା ନଜର l
ନିଜ ଭୁଲ ଲୁଚାଇବାକୁ ଲୋକ ମାନଙ୍କୁ ମେଳି କରିବାକୁ ପ୍ରଚେଷ୍ଟା ଆରମ୍ଭ କରୁଛନ୍ତି l
ସରକାରୀ ଚାକିରୀ କରି ପ୍ରାଇଭେଟ୍ କୋଚିଂ ଯିବା ଆଗକୁ ଓଡିଶା ତାଜା ନ୍ୟୁଜ ପ୍ରମାଣ ସହ କରିବ ପର୍ଦ୍ଦାଫାଶ l
ବିଦ୍ୟାଳୟରେ ଯେଉଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବ ଦାୟୀ ହେବେ ଶିକ୍ଷକ l ହୋଇପାରେ କାଲି ମହାଭାରତ l
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖାଲମଡା ର ଶିକ୍ଷକ ବନମାଳୀ ପ୍ରଧାନ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଠିକ୍ ସମୟରେ ବିଦ୍ୟାଳୟ ନ ଆସିବା,ବିଦ୍ୟାଳୟ ସମୟରେ ଲୋକ ମାନଙ୍କ ପାଖକୁ ଯାଇ ନିଜ କୁ ଭଲ ବୋଲି ପ୍ରମାଣିତ କରିବା । ପାଠ ପଢା ପଛେ ଚୁଲିକୁ ଯାଉ ମୁଁ ଭଲ ଶିକ୍ଷକ ବୋଲି ଲୋକମାନଙ୍କୁ ତେଲେଇବା କାର୍ଯ୍ୟରେ ଲାଗିପଡିଛନ୍ତି ବୋଲି ଖାଲମଡା ଗ୍ରାମରେ ଚର୍ଚ୍ଚା ଜୋର୍ ଧରିଛି ।

ବ୍ୟାଟେରୀ ଗାଡି ବିଦ୍ୟାଳୟକୁ ଆସି ଚାର୍ଜ କରିବା ଆଦି ବିଭିନ୍ନ ଘଟଣା ଚର୍ଚ୍ଚା ପରେ ଖବର ପ୍ରକାଶିତ ହୋଇଥିଲା । ନିଜ ସପକ୍ଷରେ ପ୍ରମାଣିତ କରିବା ପାଇଁ ଗାଁ ର ବିଭିନ୍ନ ଅଭିଭାବକ ,ଲୋକ ମାନଙ୍କ ପାଖକୁ ଯାଇ ଦୁଃଖ ଜଣାଇଛନ୍ତି । ଯାହାକି ଆସନ୍ତା କାଲି ବିଦ୍ୟାଳୟରେ ଏକ ବୈଠକ ହେବାକୁ ଯାଉଛି, ଯାହାକି ଛୁଟିରେ ଥିବା ପ୍ରଧାନଶିକ୍ଷକ ଅର୍ଜୁନ ମଲ୍ଲିକ ଙ୍କୁ ଧରି ଏକ ନୋଟିସ ଗାଁ ରେ ବୁଲିବା ପରେ ଉତ୍ତେଜନା ବଢ଼ିଛି ବୋଲି ଚର୍ଚ୍ଚା ଅଞ୍ଚଳରେ ହେଉଥିବା ଶୁଣିବାକୁ ମିଳିଲାନି ।

ଏପରିକି ଆସନ୍ତା କାଲି ବିଦ୍ୟାଳୟରେ ଏକ ବଡ଼ ଧରଣର ଗଣ୍ଡଗୋଳ ହେବ ବୋଲି ବିଶେଷ ଆଲୋଚନା ହେଉଛି । ଲୋକ ମାନଙ୍କ କହିବା ଅନୁଯାୟୀ ଶିକ୍ଷକ ବନମାଳୀ ପ୍ରଧାନ ବିଦ୍ୟାଳୟକୁ ଆସୁଛନ୍ତି କାହିଁକି କଣ ଗାଡ଼ି ଚାର୍ଜ,ରାଜନୀତି,ବିଦ୍ୟାଳୟ ଛାଡ଼ି ବାହାରେ ବୁଲିବା ପାଇଁ । ନିଜ ସପକ୍ଷରେ କହିବା ପାଇଁ କିଛି ଲୋକଙ୍କୁ ଟଙ୍କା ଦିଆ ଯାଇଥିବା ଚର୍ଚ୍ଚା ଚାଲିଛି । କେତେଦୂର ସତ୍ୟ ତାହା ଆଗକୁ ଜଣା ପଡ଼ିବ ।
ପୁଣି ପ୍ରଶ୍ନ ଉଠୁଛି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମଲ୍ଲିକ ଥିବା ବେଳେ ବନମାଳୀ ପ୍ରଧାନ ଏମିତି ବିଦ୍ୟାଳୟରେ ବିଶୃଙ୍ଖଳା କରୁଛନ୍ତି କାହିଁକି ?
ବିଦ୍ୟାଳୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରୁଛନ୍ତି କାହିଁକି । ଏମିତି ଘଟଣା ଚାଲିଥିବା ବେଳେ ବ୍ଲକ୍ ଶିକ୍ଷା ଅଧିକାରୀ ଚୁପ୍ କାହିଁକି । ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢା ହେବ ନା ଶିକ୍ଷକ ବନମାଳୀ ପ୍ରଧାନ ନୋଟିସ କରି ଲୋକମାନଙ୍କୁ ବିଦ୍ୟାଳୟକୁ ଡାକି ବିଦ୍ୟାଳୟର ପରିବେଶ ନଷ୍ଟ କରିବେ । ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନାମରେ ବିଶେଷ କିଛି ଅଭିଯୋଗ ଆସୁନଥିବା ବେଳେ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ନାମରେ ଗାଁ ରେ ଏବଂ ଅଞ୍ଚଳରେ ଚର୍ଚ୍ଚା କାହିଁକି ।
ଆସନ୍ତା କାଲି ମିଟିଂ ଡାକି ଲୋକ ମାନଙ୍କୁ ନିଜ ସପକ୍ଷରେ କହି ବତେଇ ଆଣିବାର ମାନେ କଣ ବୋଲି ଚର୍ଚ୍ଚା ହେଉଛି ?
ଲୋକ ମାନଙ୍କ କହିବା ଅନୁଯାୟୀ ଚାକିରି ଛାଡ଼ି ସରପଞ୍ଚ କିମ୍ବା ସମିତି ସଭ୍ୟ ପ୍ରାର୍ଥୀ ହେବେ କି ?
ସରକାରୀ ଚାକିରୀ କରି କୋଚିଂ ସେଣ୍ଟର କୁ ଯାଇ ପାଠ ପଢ଼ାଉଥିବା ଚର୍ଚ୍ଚା ହେଉଛି । ଯାହାକି ଆଗାମୀ ଦିନରେ ପ୍ରମାଣ ସହ ଓଡିଶା ଓଡିଶା ତାଜା ନ୍ୟୁଜରେ ଖବର ପ୍ରକାଶିତ ହେବ।ବ୍ଲକ୍ ଶିକ୍ଷା ଅଧିକାରୀ ଏହି ସବୁ ଦିଗ ଗୁଡ଼ିକୁ ଦୃଷ୍ଟି ଦେଇ ଶିକ୍ଷକ ବନମାଳୀ ପ୍ରଧାନ ଙ୍କୁ ତାଗିଦ୍ କରିବା ସହ କାର୍ଯ୍ୟାନୁଷ୍ଠାନ ନେଲେ ବିଦ୍ୟାଳୟରେ ଶାନ୍ତି ଫେରିବ ବୋଲି ଲୋକମାନେ କହିଛନ୍ତି ।















