• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସହଧର୍ମିଣୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
May 28, 2022
in ଓଡ଼ିଶା, ମହାନଗର, ହୋମ୍
0
ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସହଧର୍ମିଣୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ଭୁବନେଶ୍ୱର :- ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ସହଧର୍ମିଣୀ ସ୍ୱର୍ଗତା ଶ୍ରୀମତୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀମତୀ ଜେନାଙ୍କ ଏକ ସ୍ମୃତିସଭା ଆୟୋଜିତ ହେବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଜଣେ ଶିକ୍ଷକରୁ ବିଧାୟକ, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ହେବା ପର୍ଯ୍ୟନ୍ତ ଶ୍ରୀ ଜେନା ଯେଉଁ ସଫଳ ଯାତ୍ରା କରିଛନ୍ତି ସେହି ସଫଳତା ପଛରେ ମମତା ମଞ୍ଜରୀ ଜେନାଙ୍କ ଅମୂଲ୍ୟ ଏବଂ ଦିବ୍ୟ ପ୍ରେରଣା ରହିଥିଲା ।

ପୂଜାର୍ଚ୍ଚନା, ଅତିଥି ଚର୍ଚ୍ଚା, ବୃକ୍ଷରୋପଣ, ଦୁଃଖିରଙ୍କିଙ୍କୁ ସାହାଯ୍ୟ, ପରିପାରର ଦାୟିତ୍ୱକୁ ସଠିକ୍ ନିର୍ବାହ ଥିଲା ତାଙ୍କ ସୁଗୁଣର ବୈଶିଷ୍ଟ୍ୟ । ସେ ଥିଲେ ସୁଲକ୍ଷଣୀ । ଶ୍ରୀ ଜେନାଙ୍କ ପରିବାରରେ ମମତାଙ୍କ ଉପସ୍ଥିତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁପସ୍ଥିତିର ଏକ ଭାବପୂର୍ଣ୍ଣ ଫରକ ସେ ଅବତାରଣା କରିଥିଲେ । ପ୍ରତିବର୍ଷ ୧୦ ହଜାର ଗୌରଭକ୍ତଙ୍କୁ ନେଇ ଶଙ୍ଖଣାରେ ଯେଉଁ ଅଷ୍ଟପ୍ରହରୀ ହେଉଥିଲା ତାହାକୁ ଶ୍ରମତୀ ଜେନା ପରିଚାଳନା କରୁଥିଲେ । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବୀ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଜେନା ପରିବାରଙ୍କର ଜଣେ ଘନିଷ୍ଠ ବନ୍ଧୁ ଭାବରେ ସେ ମମତା ମଞ୍ଜରୀଙ୍କର ସ୍ନେହଭାଜନ ହୋଇଥିଲେ ।

ଜୟଦେବ ବାବୁଙ୍କ ପରିବାର ସହ ତାଙ୍କର ୪୦ବର୍ଷର ସମ୍ପର୍କର ସ୍ମୃତିକୁ ରୋମନ୍ଥନ କରି ସେ କହିଥିଲେ, ‘ମମତା’ ହିଁ ଜୟଦେବ ବାବୁଙ୍କ ଜୀବନ ବିକାଶର ପ୍ରେରଣାଦାୟିନୀ ଓ ପ୍ରଚ୍ଛଦପଟର ମଣିଷ । ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କହିଥିଲେ ଯେ, ମମତା ତାଙ୍କ ଆଚରଣ ଓ ଉଚ୍ଚାରଣରେ ସୁକାର୍ଯ୍ୟରେ ନିଜର ନାମକୁ ସାର୍ଥକ କରିଥିଲେ । ଜଣେ ବନ୍ଧୁ ଭାବରେ ମମତା ବିହନୀ ଜୟଦେବ ବାବୁଙ୍କ ଜୀବନର ଯନ୍ତ୍ରଣାକୁ ସେ ଅତି ଦୁଃଖର ସହ ଅବତାରଣା କରିଥିଲେ । ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ସେଠୀ ଯୋଗଦେଇ କହିଥିଲେ ଯେ, ମମତାଙ୍କ ଉପଦେଶ, ପ୍ରେରଣା ଓ ଉତ୍ସାହ ଜୟଦେବ ବାବୁଙ୍କୁ କେଉଁଝର ଶଙ୍ଖଣା ଗ୍ରାମରୁ ଦିଲ୍ଲୀ ଦରବାରର ରାଜନୀତି ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲା ।

ପ୍ରଦେଶ କଂଗ୍ରେସ ସେବାଦଳର ମୁଖ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମମତା ମଞ୍ଜୁରୀଙ୍କ ସୁଗୁଣ ବଖାଣିଥିଲେ । ସେ କହିଥିଲେ ଅତିଥି ସତ୍କାର, ଖାଦ୍ୟପେୟରେ ଆପ୍ୟାୟନ, ବନ୍ଧୁ ବତ୍ସଳତା ଓ ଉତ୍ତମ ବ୍ୟବହାର ପାଇଁ ଆମ୍ଭେ ତାଙ୍କୁ ସ୍ମରଣ କରୁଛୁ । ସେ କହିଥିଲେ ଜଣେ ବିଶିଷ୍ଟ ରାଜନେତାଙ୍କ ସଫଳତା ପଛରେ ତାଙ୍କର ସହଧର୍ମିଣୀଙ୍କ ଭୂମିକା କଣ ତାହା କାହାର ଦୃଷ୍ଟିକୁ ଆସେନାହିଁ । ଆଜି ମମତାଙ୍କର ସୁଗୁଣର ଆଲୋଚନା ହେଉଛି, ତାହା ଆମ୍ଭମାନଙ୍କ ପାଇଁ ଅନୁକରଣୀୟ । କଟକ ବିଧାୟକ ମହମ୍ମଦ ମୋକିମ ଏହି କାର୍ଯ୍ୟକ୍ର୍ରମରେ ଯୋଗଦେଇ ଜୟଦେବ ବାବୁଙ୍କ ପରିବାର ସହ ତାଙ୍କର ସୁସମ୍ପର୍କ ବିଷୟରେ ଅବତାରଣା କରିବା ସହ ମମତାଙ୍କର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶିବାନନ୍ଦ ରାୟ, ଇଂ ସସ୍ମିତା ଜେନା, ଡ. ବିଶ୍ୱରଞ୍ଜନ ମହାନ୍ତି, ସମୀର ରାଉତରାୟ, ବିଭୂତି ମିଶ୍ର, ସନ୍ଧ୍ୟା ମହାପାତ୍ର, ଶ୍ରୀନାଥ ମିଶ୍ର, ପଦ୍ମାକର ଗୁରୁ ଓ ଅଜୟ ସାହୁ ପ୍ରମୁଖ ମମତାଙ୍କ ସ୍ମୃତିଚାରଣ କରିଥିଲେ । ସ୍ମୃତି କମିଟି ପକ୍ଷରୁ ମନୋଜ ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ସଭାକାର୍ଯ୍ୟକୁ ପ୍ରକାଶ ମିଶ୍ର ପରିଚାଳନା କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କର ଏକ ଅଡ଼ିଓ ବାର୍ତ୍ତା ସ୍ମୃତିସଭାରେ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନତ ଦାସ, ମନୋଜ ରାଉତ, ଲଲାଟେନ୍ଦୁ ମହାପାତ୍ର, ମନୋଞ୍ଜନ ଦାସ, ଯୋଗୀନାଥ ବାହୁବଳେନ୍ଦ୍ର, ରଶ୍ମି ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମିୟ ପାଣ୍ଡବ, ରଣଜିତ ପାତ୍ର, ନଳିନୀକାନ୍ତ ନାୟକ, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ମୁନୁ ପରିଡ଼ା, ପିଙ୍କୁ ଆଚାର୍ଯ୍ୟ, ତୁଷାରକାନ୍ତ ତପସ୍ୱୀ, କାର୍ତ୍ତିକ କାଣ୍ଡି, ନିହାର ବେହେରା,

ଜଗଦୀଶ ଗଜେନ୍ଦ୍ର, ଭାଗ୍ୟଶ୍ରୀ ମହାନ୍ତି, ରାଜୀବ ପଟ୍ଟନାୟକ, ଲିପିକା ପାତ୍ର, ପ୍ରିୟଜିତ ରାୟ, ସୁବାସ ପ୍ରଧାନ, ରହିମୁଦ୍ଦିନ ଖାନ, ତାପସ ସେଠୀ, ଅଗ୍ନିବେଶ ସ୍ୱାଇଁ, ବେଣୁଧର ଭୋଇ, ଶାହାରୁଖ ଖାନ, ତରୁଣ ମିଶ୍ର, ରାଜଲକ୍ଷ୍ମୀ ସାହୁ, ମୁନା ପରିଡ଼ା, ପ୍ରତ୍ୟୁଷ ପ୍ରଧାନ, ବିରଞ୍ôଚ ବାରିକ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାତି ଶ୍ରୀ ଜୟଦେବ ଜେନା, ତାଙ୍କ ପୁତ୍ର ଇଂ ମନୋଜ ଜେନା, କନ୍ୟା ଡ. ସସ୍ମିତା ଜେନା ଏବଂ ବୋହୁ ବିଜୟଲକ୍ଷ୍ମୀ ପ୍ରିୟଦର୍ଶିନୀ ଓ ସୁମନା ବୋଷ, ପୌତ୍ରୀମାନେ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version