• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀରେ ଚାଲିଛି ‘କଳାପାହାଡ଼’ ଆତଙ୍କ : ବିଶର ମହାନ୍ତିଙ୍କୁ ଖୋଜ

Proprietor Abhimanyu Maharana by Proprietor Abhimanyu Maharana
May 28, 2022
in ଓଡ଼ିଶା, ପୁରୀ, ହୋମ୍
0
ପୁରୀରେ ଚାଲିଛି ‘କଳାପାହାଡ଼’ ଆତଙ୍କ : ବିଶର ମହାନ୍ତିଙ୍କୁ ଖୋଜ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ପୁରୀ :- ଭଙ୍ଗା ଚାଲିଛି ପୁରୀର ପ୍ରାଚୀନ କିର୍ତ୍ତିରାଜୀସବୁ। କେଉଁଠି ତାହା ୫୦୦ ବର୍ଷ ପୁରୁଣା ତ କେଉଁଠି ୮୦୦ ବର୍ଷ । କେଉଁଠି ଶ୍ରୀମନ୍ଦିରର ନିରାପତ୍ତାକୁ ଆଡ଼କରି ଏହି କିର୍ତ୍ତିରାଜୀ ଭାଙ୍ଗିବାକୁ ଯଥାର୍ଥ ବୋଲି କୁହାଯାଇଛି ତ କେଉଁଠି କୋଠାଗୁଡ଼ିକ ଅସୁରକ୍ଷିତ ବୋଲି କହି ହଟାଉଛି ପ୍ରଶାସନ। ଦୀର୍ଘବର୍ଷଧରି ଏହି କିର୍ତ୍ତୀଗୁଡ଼ିକୁ ଘରୋଇ ସମ୍ପତ୍ତି ବୋଲି କହି ଅଣଦେଖା କରି ଚାଲିଥିବା ପ୍ରଶାସନର ଆଜି ହଠାତ୍‌ ଚିନ୍ତା ପ୍ରକଟ ହେବା ଏବଂ ବିନା କୌଣସି ଚିନ୍ତା ତଥା ବିକଳ୍ପରେ ଏହି କିର୍ତ୍ତୀରାଜୀଗୁଡ଼ିକୁ ହଟାଯିବା ଆମ ସଂସ୍କୃତି, ଆମ ଧର୍ମୀୟଭାବନା ଉପରେ ଶକ୍ତ ପ୍ରହାର ।

ଏହି ପ୍ରକାର ପ୍ରହାର ମନ୍ଦିର ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ତଥା କଳାପାହାଡ଼ର ଆକ୍ରମଣ ସହ ତୁଳନୀୟ। ସେତେବେଳେ ଭୌତିକ ଭାବେ ଜଗନ୍ନାଥଙ୍କୁ ହଟାଇ କଳାପାହାଡ଼ ଓ ଆଫଗାନ୍‌ ସେନା ଗଙ୍ଗାନଦୀକୂଳରେ ନାଶ ହୋଇଥିଲେ, ଆଜି କିନ୍ତୁ ‘ବିଶ୍ଵସ୍ତରୀୟ’ ସ୍ଵପ୍ନ ଦେଖାଇ ଆମକୁ ଆମ ସଂସ୍କୃତି, ଐତିହ୍ୟ ଏବଂ ଧର୍ମୀୟ ଭାବନାଠୁ ଦୂରେଇବାକୁ ଚେଷ୍ଟା କରାଯାଉଛି । ପଢ଼ନ୍ତୁ ଏହି ବିଶେଷ ଉପସ୍ଥାପନା ।

୧୫୬୮ ମସିହା, କଳାଚାନ୍ଦ ରାୟ –
 
କଳାଚାନ୍ଦ ରାୟ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଚାହିଁଲେ । ବଙ୍ଗଦେଶର ରାଜସାହିରେ ତାଙ୍କ ଘର। ହିନ୍ଦୁ ତାଙ୍କର ଧର୍ମ। କିନ୍ତୁ ଗଲା କିଛିଦିନ ହେଲା ସେ ଧର୍ମ ବଦଳାଇ ସୁଲେମାନ୍‌ କରାନୀଙ୍କ ଝିଅ ଦୁଲାରୀକୁ ବାହା ହୋଇ ଥାଆନ୍ତି। ରାଜ ଶାସନ ତଥା କ୍ଷମତା ସହିତ ଜଡ଼ିତ ଥିବାରୁ ତାଙ୍କର ବ୍ୟକ୍ତିଗତ ବିବରଣୀ ପୁରୀର ସେବକମାନଙ୍କୁ ଜଣାଥାଏ। ଏହିକ୍ରମରେ ପୁରୀର ସେବାୟତମାନେ ତାଙ୍କ ପ୍ରବେଶକୁ ବିରୋଧ କଲେ। ବିଧର୍ମୀଙ୍କ ପ୍ରବେଶ ମନ୍ଦିରକୁ ହେବ ନାହିଁ ବୋଲି କହିଲେ। ଗୋଟିଏ ପଟେ ଧର୍ମ ରକ୍ଷା ଓ ଅନ୍ୟ ପଟେ କ୍ଷମତାର ‘ସ୍ୟାଣ୍ଡୱିଚ୍‌’ ମଧ୍ୟରେ ଶ୍ରୀଜଗନ୍ନାଥ ଭକ୍ତର ଆଢ଼ୁଆଳକୁ ଚାଲିଗଲେ। କିନ୍ତୁ ଏହା କଳାଚାନ୍ଦଙ୍କୁ ସେତେବଳେ ଦୁଃଖ ଦେଲା, ହିନିମାନିଆ କଲା। ଏଣୁ ସେ ନିଜର ଅହଙ୍କାର ରକ୍ଷା କରିବାକୁ ଯାଇ ଶ୍ରୀମନ୍ଦିରକୁ ଆକ୍ରମଣ କରିବାକୁ ଚାହିଁଲା। ଯେଉଁ ଆକ୍ରମଣ କଳାପାହାଡ଼ ଆକ୍ରମଣ ବୋଲି ଆମ ଜନମାନସରେ ପରିଚିତ।

ମୁସଲ୍‌ମାନ ସେନାର ସାହାୟତା ନେଇ କଳାପାହାଡ଼ ପଣ କଲା ହିନ୍ଦୁ ମନ୍ଦିର, ମଠସବୁକୁ ଭାଙ୍ଗିବ। ଏମିତି ଉଦାହରଣ ସୃଷ୍ଟି କରିବ ଯେମିତି ତାହା କାଳଜୟୀ ତଥା ‘ବିଶ୍ଵସ୍ତରୀୟ’ ହେବ । ତାହାହିଁ ହେଲା। ଆଜି ଯାଏ ଏହି ସନାତନୀ ଧର୍ମର ପ୍ରାଣକେନ୍ଦ୍ର ଉପରେ ହୋଇଥିବା ୧୮ଟି ବିଦେଶୀ ଆକ୍ରମଣ ଭିତରୁ ’କଳାପାହାଡ଼’ ର ଆକ୍ରମଣ’ ହିଁ ଆମ ଆଗରେ କୋକୁଆ ଭୟ ସୃଷ୍ଟି କରିବାରେ ସକ୍ଷମ ହେଉଛି। ମୟୁରଭଞ୍ଜର ଦୁର୍ଗମ ଜଙ୍ଗଲ ଓ ପାହାଡ଼ ଘେରାରେ ଥିବା ଖିଚିଂ ଦେବୀ ମନ୍ଦିରଠାରୁ ଆରମ୍ଭ କରି ପୁରୀର ସମୁଦ୍ରକୂଳରେ ଥିବା ରାମଚଣ୍ଡୀ ମନ୍ଦିର ଯାଏ କଳା ପାହାଡ଼ ଦ୍ଵାରା କ୍ଷତିଗ୍ରସ୍ତ ହେଲେ। ଶ୍ରୀମନ୍ଦିରରେ ଏହାର ପ୍ରବେଶ ଏବଂ ସର୍ବସମ୍ମୁଖରେ ତ୍ରିମୂର୍ତ୍ତିଙ୍କ ଅପହରଣ ବିଷୟ ଆଉ ବଖାଣିବା ଆବଶ୍ୟକ ନାହିଁ। ବିଶର ମହାନ୍ତିଙ୍କ କାହାଣୀ ଏ ବାବଦରେ ସମ୍ପୂଣ୍ଣ ତଥ୍ୟ ବଖାଣିବାରେ ସମର୍ଥ।

ଭୟଙ୍କର ବ୍ରାହ୍ମଣବାଦ –

ଏହି ବର୍ବର ଆକ୍ରମଣର କାହାଣୀକୁ ପାଖାପାଖି ସାଢ଼େ ଚାରିଶହ ବର୍ଷ ପରେ ପୁଣିଥରେ ବଖାଣିବାର ଆବଶ୍ୟକ ବା କ’ଣ? ପୁରୀରେ ସଦ୍ୟ ଚାଲିଥିବା ‘ସଂସ୍କାର’ ପ୍ରକ୍ରିୟା ସହ ଏହାର ସମ୍ପର୍କ ରହିଛି କି …? ଏବେ ଯେଉଁପରି ଭାବେ ପୁରୀର ଐତିହ୍ୟକୁ ଚୁନା କରାଯାଉଛି ସେଥିରେ ଥିବା ସଙ୍କଳ୍ପଗୁଡ଼ିକ କଳାପାହାଡ଼ର ଆକ୍ରମଣ ସହ ତୁଳନୀୟ। ପ୍ରଥମତଃ ସେତେବେଳେ ବି କଳା ପାହାଡ଼ ଏକ ସଂସ୍କାର ଆଣିବାକୁ ଚାହିଁଥିଲା। ତାହା ଅତିରଞ୍ଜିତ ବ୍ରାହ୍ମଣବାଦର କୁପରିଣତି ହିଁ ଥିଲା। ଯେହେତୁ ବ୍ରାହ୍ମଣବାଦ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ରକୁ ଆଡ଼ କରି କଳାଚାନ୍ଦକୁ ମୁସଲ୍‌ମାନ ଝିଅକୁ ବାହା ହୋଇଥିବା ଦର୍ଶାଇ ମନ୍ଦିର ପ୍ରବେଶରୁ ବାରଣ କରିଥିଲେ କଳାପାହାଡ଼ ପାଇଁ ତାହା ରୋଷର କାରଣ ହୋଇଥିଲା।

ଏବେ ସେହି ବ୍ରାହ୍ମଣବାଦ ‘ସେବକବାଦ’ରେ ପରିଣତ ହୋଇ ଯାତ୍ରୀଙ୍କୁ କଷଣ ଦେବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି। କେତେବେଳେ ଦର୍ଶନବେଳେ ତ କେତେବେଳେ ଅଭଡ଼ା କିଣାରେ ଆଉ କେତେବେଳେ ମାଡ଼ଗାଳିରେ ଭକ୍ତ ଓ ଜଗନ୍ନାଥଙ୍କ ଭିତରେ ଏକ ଅଭେଦ୍ୟ ପାଚେରୀ ସୃଷ୍ଟି ହୋଇଛି। ଏହାକୁ ପୁଲିସଠାରୁ ଆରମ୍ଭ କରି ନ୍ୟାୟିକ କମିଶନମାନେ ନିନ୍ଦା କରିଛନ୍ତି। ମାମଲା କୋର୍ଟ, କଚେରୀରେ ପହଞ୍ଚି ମଧ୍ୟ ସମାଧାନ ହୋଇପାରୁ ନାହିଁ। ଅର୍ଥାତ୍‌ ୧୫୬୮ ମସିହାର ପୃଷ୍ଠଭୂମି ଓ ୨୦୧୯ ମସିହାର ପୃଷ୍ଠଭୂମିରେ କେବଳ ସମୟଗତ ତଫାତ ସିନା ରହିଛି ହେଲେ ଆଉ କିଛ ବିଶେଷ ମୌଳ ରାଜା ସେମାନଙ୍କୁ ମହାପାତ୍ର ଉପାଧି ଦେଇ ବିଭିନ୍ନ କାର୍ଯ୍ୟ ବୁଝିବାକୁ ଦାୟିତ୍ଵ ଦେଇଥିଲେ।

ରାଜା ମୁକୁନ୍ଦ ଦେବଙ୍କ ଦରବାର ମଣ୍ଡନ କରୁଥିବା ଏହି ଦୁଇ ଅଧିକାରୀଙ୍କ ଦ୍ଵାରା ‘କଳାପାହାଡ଼’ ପୁରୀରେ ପ୍ରବେଶ କରିଥିଲା। ଯଦି କଳାପାହାଡ଼କୁ ଏକ ବିଧ୍ବଂସସୃଷ୍ଟିକାରୀ ତତ୍ତ୍ଵ ଭାବେ ଗ୍ରହଣ କରାଯାଏ ତେବେ ସେହି ତତ୍ତ୍ଵକୁ ପୁରୀରେ ରୂପାୟନ କରିଥିବା ଦୁଇ ଅଧିକାରୀ ହେଉଛନ୍ତି ଶିଖି ଓ ମନାଇ ମହାପାତ୍ର। ଯଦି ଏହିଭଳି ଅଧିକାରୀଙ୍କ ଉପସ୍ଥିତି ରାଜ୍ୟରେ ନଥାଆନ୍ତା ତେବେ କଳାପାହାଡ଼ ପୁରୀକୁ ବାଟ ପାଇ ନଥାଆନ୍ତା! ପୁରୀକୁ ଚୂନା କରି ନଥାଆନ୍ତା କି ଜଗନ୍ନାଥଙ୍କୁ ହାତୀରେ ବାନ୍ଧି ନେଇ ପାରି ନଥାଆନ୍ତା। କଳାପାହାଡ଼ ମନ୍ଦିର ଭାଙ୍ଗି ସିଂହାସନ ଉପରୁ ଠାକୁରଙ୍କୁ ଘୋସାରି ହାତୀ ପିଠିରେ ନେଇ ଅନେକ ଦୂର ବଙ୍ଗଳାର ହୁଗୁଳି ନଦୀକୂଳରେ ଦରପୋଡ଼ା କରିଥିଲା।

ଏଠି ବି କିଛି ଦୁଷ୍ଟ/ ଲୋଭୀ ବା ଅପରିଣାମଦର୍ଶୀ ଅଧିକାରୀମାନେ ସରକାରଙ୍କୁ ଏହି (ଅପ) ସଂସ୍କାର ଯୋଜନା ପାଇଁ ମତାଇଛନ୍ତି ସେମାନଙ୍କ ଭୂମିକା ରହିଥିବା ଆଶଙ୍କା କରାଯାଇପାରେ। ଓଡ଼ିଶା ସରକାରଙ୍କ ‘(ଅପ)ସଂସ୍କାର’ ବା ‘ବିଶ୍ଵସ୍ତରୀୟ’ ତତ୍ତ୍ଵକୁ ପୁରୀରେ ରୂପାୟନ କରୁଥିବା ଦୁଇ ଅଧିକାରୀ ହେଉଛନ୍ତି ପୁରୀର ଜିଲ୍ଲାପାଳ ଏବଂ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ତଥା ରାଜ୍ୟ ପୂର୍ତ୍ତସଚିବ। ଏହି ଦୁଇ ଅଧିକାରୀ ଅଣ ଓଡ଼ିଆ ଅଧିକାରୀ। ଏପରି ପରିସ୍ଥିତି କେବେ ଆଗରୁ ହୋଇ ନଥିଲା। ଶିଖି ଓ ମଣାଇ ସେତେବେଳେ ‘ମହାପାତ୍ର ’ ଉପାଧି ଲାଭ କରିଥିବା ବେଳେ ଏମାନେ ଆଇଏଏସ୍‌(IAS) ପାହ୍ୟା ଲାଭ କରିଛନ୍ତି।

ବିଶ୍ଵସ୍ତରୀୟ ସ୍ଵପ୍ନକୁ ନିନ୍ଦା –
 
ଅଢ଼େଇ ହଜାର ବର୍ଷ ପୂର୍ବରୁ ପୁରୀ ଏକ ବିଶ୍ଵସ୍ତରୀୟ ସହର ହୋଇ ରହି ଆସିଛି । ଏହି ସମୟରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ପୁରୀକୁ ହିନ୍ଦୁ ଧର୍ମର ପ୍ରାଣକେନ୍ଦ୍ର ଭାବେ ଗଢ଼ି ତୋଳିଥିଲେ। ଯେଉଁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସ୍ଵୟଂ ରୁଦ୍ରାବତାର ଭାବେ ଗ୍ରହଣ କରାଯାଏ ଆଉ ଯିଏ ଭାରତର ବିଭିନ୍ନ ପ୍ରାନ୍ତରେ ହିନ୍ଦୁଧର୍ମ ରକ୍ଷା ପାଇଁ ପୀଠସ୍ଥଳ ସ୍ଥାପନ କରିଥିଲେ ସେ ଏଠାରେ ଜଗନ୍ନାଥ ଧାମ ପ୍ରତିଷ୍ଠା କରି ସର୍ବପନ୍ଥ ସମନ୍ବୟ ଲାଗି ଚେଷ୍ଟା କରିଥିଲେ। ଏଠାରେ ସ୍ଥାପନ କରିଥିବା ଠାକୁରଙ୍କୁ ଜଗତର ନାଥ ବୋଲି ଅଭିହିତ କରିଥିଲେ।

ଏଣୁ ଆରମ୍ଭରୁ ଯିଏ ଚନ୍ଦ୍ରମା ସେଥିରେ ଆପଣ କି ଉପମା ଲଗାଇବେ ! ଯେତେବେଳେ ଓଡ଼ିଶା ଦୁର୍ଭିକ୍ଷ ବା ଭୋକର ତାଡ଼ନାରେ ସଢ଼ୁଥିଲା ସେତେବେଳେ ପୁରୀ ସେମାନଙ୍କୁ ଭୋଜନ ଯୋଗାଉଥିଲା । ଲୋକେ କହୁଥିଲେ ଯାହାର କେହି ନାହିଁ ତାକୁ ବଡ଼ଦାଣ୍ଡ ଭରସା। ସେଇ ବଡ଼ଦାଣ୍ଡ ତାକୁ ଜୀବୀକା ଦେଉଥିଲା ଆଉ ସେଇ ମଠ ତାକୁ ଖାଦ୍ୟ ଓ ରହିବାର ଆଶ୍ରୟ ଏଣୁ ଯେଉଁ ସହରର ଜନ୍ମ ବିଶ୍ଵ ପାଇଁ ବାହୁ ଉନ୍ମୁକ୍ତ କରିବାକୁ ତା’ ଆଗରେ ବିଶ୍ଵସ୍ତରୀୟ ସ୍ଵପ୍ନ ବା କ’ଣ?

ସାମୁକା, ହୃଦୟ ଓ ଗଜପତି –

ଏଠି ଯେଉଁ ବିଶ୍ଵସ୍ତରୀୟ ପାର୍କିଂ ସୁବିଧା , ବିଶ୍ଵସ୍ତରୀୟ ସହର ବିକାଶ ଯୋଜନା, ବିଶ୍ଵସ୍ତରୀୟ ରଘୁନନ୍ଦନ ଲାଇବ୍ରେରୀ ଆଦିକଥା କୁହାଯାଉଛି ତାହା ଆଜିକାର ନୁହେଁ। ଗଲା ଅନେକ ବର୍ଷ ହେଲା ପୁରୀର ପ୍ରଶାସନିକ ଅଧିକାରୀମାନେ ସହରରେ ପାର୍କିଂ ଓ ଟ୍ରାଫିକ୍ ପରିଚାଳନା ତଥା ସୁବିଧା ସୁଯୋଗ ସୃଷ୍ଟି ପାଇଁ ଭୋଗୁଥିବା ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିଛନ୍ତି। କିନ୍ତୁ ସହରରେ ରଥଯାତ୍ରା ବା ନବକଳେବର ନହୋଇଲେ କେବେ କିଛି ଆଖି ଦୃଶିଆ ବିକାଶମୂଳକ ଯୋଜନା କାର୍ଯ୍ୟ ହୋଇ ନାହିଁ । ଏହା ସତ୍ୟ ଯେ, ଏବେ ସରକାର ଅବଢ଼ା ଯୋଜନା କଥା କହୁଛନ୍ତି ଯାହାକୁ ନେଇ ରାଜ୍ୟ ବି ଉତ୍ସାହିତ ରହିଛି କିନ୍ତୁ ଏହା ପୂର୍ବରୁ ସାମୁକା, ହୃଦୟ ପରି ଯୋଜନା ମଧ୍‌ୟ ହୋଇଛଇ ହେଲେ କିଛି ବି କାର୍ଯ୍ୟକାରୀ ହୋଇପାରି ନାହିଁ।

ଅପରପକ୍ଷେ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି ପୁରୀରେ ବିକାଶ ପାଇଁ ଉଦ୍‌ବେଗ ପ୍ରକାଶ କରି ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବି ପୁରୀରେ ଗୁରୁକୂଳ ବ୍ୟବସ୍ଥା ଏବଂ ମଠଗୁଡ଼ିକର ସଂରକ୍ଷଣ ପାଇଁ ଯୁକ୍ତି ବାଢ଼ିଥିଲେ। ହେଲେ ଆଜିଯାଏ ତାହା କାର୍ଯ୍ୟକାରୀ ହୋଇ ନାହିଁ। କିନ୍ତୁ କେବେ ବି ସରକାର ମଠଗୁଡ଼ିକୁ ଭାଙ୍ଗିବାର ଯୋଜନା ନରଖି ଥିବା ବେଳେ ଏବେ ହଠାତ୍‌ ତାହାକୁ କ୍ୟାବିନେଟ୍‌ରେ ପାରିତ କରାଇ ପୁରୀରୁ ମଠ ହଟାଅ ଅଭିଯାନ ଆରମ୍ଭ କରିଛନ୍ତି।

ଦିବାସ୍ଵପ୍ନ-
 
ପୁରୀର ଜଗନ୍ନାଥ ବଲ୍ଲଭ ଏବଂ ପୁରୁଣା ଜେଲ୍‌ ପଡ଼ିଆକୁ ପୁରୀ ପ୍ରଶାସନ ଏବେ ପାର୍କିଂ ସ୍ଥାନ ଭାବେ ବ୍ୟବହାର କରୁଛନ୍ତି । ଆଜିଯାଏ ଏକ ସ୍ଥାୟୀ ପାର୍କିଂ ସ୍ଥାନ ପ୍ରଶାସନ ସୃଷ୍ଟି କରିପାରି ନାହିଁ। ପୁଣି କେତେବେଳେ ସପିଂ କମ୍ପ୍ଲେକ୍ସ, କେତେବେଳେ ମେଡିକାଲ୍‌ କଲେଜ କେତେବେଳେ ପାର୍କିଂ ସ୍ଥାନ କଥା କହି ଏହି ଗୋଟିଏ ସ୍ଥାନରେ ସରକାର ଭ୍ରମ ବି ଅତୀତରେ ସୃଷ୍ଟି କରିଛନ୍ତି। ଏବେ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଏ ଜାଗା ବ୍ୟବହାର କରିବେ ବୋଲି କହୁଛନ୍ତି। କିନ୍ତୁ ଯଦି ତାହା କରାଯିବାର ଅଛି ତାହା ହେଲେ ସରକାର ଆଗୁଆ ଦୋକାନ ଘର ନିର୍ମାଣ କରିପାରି ଥାଆନ୍ତେ! ତାହା ନକରି ଉଚ୍ଛେଦ କରାଯିବା କେମିତି ଗ୍ରହଣୀୟ ହେବ । ଏବେ ଭଙ୍ଗା କାର୍ଯ୍ୟକୁ ନିନ୍ଦା କରି ବିଭିନ୍ନ ବର୍ଗରେ ସ୍ଵର ଉତ୍ତୋଳନକୁ ଦେଖି ଦାୟିତ୍ଵରେ ଥିବା ଅଧିକାରୀ କ୍ଷତିପୂରଣ ପ୍ୟାକେଜ୍‌ ଘୋଷଣା ଖୁବ୍‌ଶୀଘ୍ର କହିବାର ଉଦ୍ଦେଶ୍ୟ କ’ଣ…?

ପୁଣି ପୁରୀରେ ଅନେକ ଆଧ୍ୟାତ୍ମିକ ଗୁରୁଙ୍କୁ ସରକାର ଜାଗା ଦେଇଛନ୍ତି। ସେଥିରେ କୃପାଳୁଜୀ ମହାରାଜଙ୍କ ବିଶାଳ ଆଶ୍ରମ କ୍ଷେତ୍ର ଅନ୍ୟତମ। ହେଲେ ପୁରୀ ଶଙ୍କରାଚାର୍ଯ୍ୟ ମଠ ନାଁରେ ଥିବା ସାଢ଼େ ଚାରି ଏକର ଜମି ଲୁଣ୍ଠନ କରିଛନ୍ତି, ଏଯାଏ ଫେରାଇବାର ନାଁ ଧରୁ ନାହାନ୍ତି। ଏଭଳି କ୍ଷେତ୍ରରେ ଯଦି ଶ୍ରୀମନ୍ଦିର ରୀତି ନୀତି ସହ ସମ୍ପୃକ୍ତ ମଠଗୁଡ଼ିକ ପାଇଁ ବିକଳ୍ପ ଜାଗା ଦେବାର ବ୍ୟବସ୍ଥା ରହିଛି, ତେବେ ତାହାର ଘୋଷଣା ସରକାର କାହିଁକି କରୁ ନାହାନ୍ତି? ଆଗୁଆ ଜମି ଆବଣ୍ଟନ କରି ଉଚ୍ଛେଦ ହୋଇପାରି ଥାଆନ୍ତା…?

ଯେଉଁ ପ୍ରଶାସନ ବାତ୍ୟା ପରେ ଗାଁଗୁଡ଼ିକୁ ବିଜୁଳି ଦେବା ପାଇଁ ଦୁଇମାସ ସମୟ ନେଇପାରେ ସେଠାରେ ଥଇଥାନ ବ୍ୟବସ୍ଥା ଶୀଘ୍ର ହେବ ବୋଲି କେମିତି ବିଶ୍ଵାସ କରିବେ? ହୀରାକୁଦଠାରୁ ଆରମ୍ଭ କରି କଳିଙ୍ଗ ନଗରଯାଏ କୌଣସି ସ୍ଥାନରେ ଥଇଥାନ ବ୍ୟବସ୍ଥା ଠିକଣା ହୋଇ ନାହିଁ। ସବୁଠୁ ଦାୟିତ୍ଵରେ ଥିବା ଅଧିକାରୀ ପୁରସ୍କୃତ ହୋଇଛନ୍ତି ଆଉ ଲୋକେ ରାସ୍ତାର ଭିକାରୀ ଭଳି ବୁଲୁଛନ୍ତି।

ଶେଷରେ ବିଶର ମହାନ୍ତି –

ଜଗନ୍ନାଥ ସଂସ୍କୃତି ଆଜି ଯଦି ବଞ୍ଚି ରହିଛି ତେବେ ତାହାର ମୂଳ ବିନ୍ଦୁ ହେଉଛନ୍ତି ବିଶର ମହାନ୍ତି। ସେଦିନ କଳା ପାହାଡ଼ ପଛରେ ପାଗଳଟେ ପରି ଧାଇଁ ଧାଇଁ ତାଙ୍କର ଅର୍ଦ୍ଧଦଗ୍ଧ ପୀଣ୍ଡଙ୍କୁ ସେ ତ ଉଦ୍ଧାରିଥିଲେ। ସେ ଭକ୍ତ କି ନିଜେ ଭଗବାନ ତାହା କହିବା ତ ସମ୍ଭବ ନୁହେଁ, କିନ୍ତୁ ବର୍ତ୍ତମାନ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର ପୁରୀ ସହର ପାଇଁ ନିଜ ନିଜ ଶକ୍ତିରେ ଜଣେ ଜଣେ ବିଶର ମହାନ୍ତି ହେବାର ଆବଶ୍ୟକ ରହିଛି । ହୁଏତ ଏହା ଆମର ଚିରସ୍ଥାୟୀ ସରକାରଙ୍କୁ ଚିନ୍ତା କରିବାର ସୁଯୋଗ ସୃଷ୍ଟି କରିପାରିବ !

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version