No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ପୁରୀ :- ରାଜ୍ୟ ସରକାରଙ୍କ ଉପରେ ଏହି ପ୍ରକଳ୍ପକୁ ନେଇ ବର୍ଷିବା ସହ ଶ୍ରୀମନ୍ଦିର ର ସୁରକ୍ଷା ପାଇଁ ସରକାର ଯେଉଁ ଧ୍ୱଂସର ପଥ ବାଛିଛନ୍ତି ତାହାକୁ ରକ୍ଷା କରିବା ପାଇଁ ଓଡ଼ିଶା ଜନସାଧାରଣଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦେଖାଦେଇଥିବା ରାଜନୈତିକ ବାଦ ବିବାଦ ମଧ୍ୟରେ ପୁରୀ ଶଙ୍କରାଚାର୍ଯ୍ୟ ଙ୍କ ବଡ଼ ବୟାନ ଆସିଛି । ଯେଉଁ ସରକାର ଉପରେ ଭରସା କରି ବର୍ଷ ବର୍ଷ ଧରି ବିଶ୍ୱାସ ରଖି କ୍ଷମତାରେ ବସାଇ ଚାଲିଛନ୍ତି ସେ ସରକାର ଏବେ ଦେବାଦବୀ ଓ ଐତିହ୍ୟକୁ ବିକାଶ ନା’ରେ ବିକୃତ କରୁଛନ୍ତି । ଏଣୁ ଓଡ଼ିଶାବାସୀ ଏହାର ବିଚାର କରନ୍ତୁ ଓ ସୁରକ୍ଷା କରିବାକୁ ତାଙ୍କ ଆହ୍ୱାନରେ କହିଛନ୍ତି ।
ଦିନକ ତଳେ ପୁରୀ ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ମଙ୍ଗଳବାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଏହା ଉପରେ ଆଲୋଚନା କରିଥିଲେ । ପୁରୀରେ ବିକାଶ ନାଁ ରେ ଚାଲିଥିବା କାର୍ଯ୍ୟ କୁ ଜଗଦଗୁରୁ ନାପସନ୍ଦ କରିଛନ୍ତି । ପୁରୀ ଶ୍ରୀ ମନ୍ଦିର ପ୍ରକଳ୍ପ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ । ବିକାଶ ନାମରେ ବୋବାଲ ମଚାଯାଉଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ପବିତ୍ର ଭୁମି ପୁରୀର ର ଅସ୍ତିତ୍ୱ, ବିକାଶ ର ବିଲୋପ ହେଉଛି । ଶାସନତନ୍ତ୍ର ର ଏହା ଦାୟିତ୍ୱ ହେଉଛି କି ତୀର୍ଥ ଭୁମିକୁ ଭୋଗସ୍ଥଳୀ ନ କରନ୍ତୁ । ମୁଁ ବିକାଶ ରେ ସମର୍ଥନ କରେ କିନ୍ତୁ ବିକାଶ ନାମରେ ତୀର୍ଥ ଭୁମି ଗୁଡିକର ବିନାଶ ଏବଂ ବିଲୋପ ର ପକ୍ଷଧର ନୁହେଁ । ଶାସନତନ୍ତ୍ର ପରମ୍ପରା ପ୍ରାପ୍ତ ମଠ ଗୁଡିକୁ ବିକାଶ ନାମରେ ଭାଙ୍ଗି ଦେଉଛି । ଦେବୀ ଦେବତାଙ୍କ ସ୍ଥାନ କୁ ମଧ୍ୟ ବିଲୁପ୍ତ କରି ଦେଉଛନ୍ତି । ବିକାଶ ନାଁ ରେ ମଠ ଭାଙ୍ଗିବା ଅନୁଚିତ । ଆମେ ବିକାଶ ଚାହୁଁଛୁ କିନ୍ତୁ ଅସ୍ଥିତ୍ୱ ବିଲୋପର ପକ୍ଷରେ ନାହୁଁ । ଶାସନ ତନ୍ତ୍ର ଲୋକ ମତକୁ ନେଇ ବଳ ଶାଳୀ ଭାବିବା ଅନୁଚିତ ।
ଯେଉଁ ଦଳକୁ ଲୋକେ ବର୍ଷାଧିକ କାଳ ସମର୍ଥନ କରିଛନ୍ତି ସେମାନେ ଜାଣିବା ଦରକାର । ପୁରୀ ହେଉଛି ଧାର୍ମିକ ରାଜଧାନୀ । ଏହାର ବିକୃତ ଓ ବିଲୁପ୍ତର ପ୍ରୟାସ ଚାଲିଛି । ମାର୍ଗ ପ୍ରଶସ୍ତ ନାଁ ରେ ପ୍ରଦର୍ଶନ ସ୍ଥଳୀ ଓ ପିକନିକ ସ୍ଥଳୀ କରିବା ଠିକ ନୁହେଁ । ଦେବୀ ଦବତା କୋପ କଲେ ଓଡିଶା ପ୍ରତି ସଙ୍କଟ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋ କଥାକୁ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଦେବୀ ଦେବତା ପୀଠ ଭଙ୍ଗା ଯାଇଥିବାରୁ କ୍ଷୋଭ ପ୍ରକାଶ କରନ୍ତୁ । ଭବିଷ୍ୟତରେ ଆଉ ଏପରି କରିବାକୁ ଦୁଃସାହସ କରନ୍ତୁ ନାହିଁ ।

No Result
View All Result