ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ବୈପାରିଗୁଡା :- ମଙ୍ଗଳବାର ଅପରାହ୍ନ ସମୟରେ କେଉଁ ଆଡୁ ଆକାଶରେ କଳାବାଦଲ ଆସିଲା ଯେ ଲୋକଙ୍କ ଜୀବନଜୀବିକା ଉପରେ ବିଶ୍ୱସ କରି ପ୍ରଭାବ ପକାଇ ଦେଲା ଯେ ରାତ୍ରିତମାମ ଖୋଲାଆକାଶ ତଳେ ରାତ୍ରି କଟାଇଥିବାର ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ହେବା ମାତ୍ର କାଳବୈଶାଖି ତାର ତାଣ୍ଡବ ରଚିଥୁବାର ଜଣାପଡିଛି ।

ସୂଚନା ପ୍ରକାରେ ପ୍ରାୟ ୩ ଘଣ୍ଠାରୁ ଉର୍ଦ୍ଧ ସମୟ ଧରି ଝଡ ତୋଫାନ ସହ ପ୍ରବଳ ବର୍ଷା ହେବାରୁ ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଂଚାୟତର ତୋଟାଗୁଡା ଓ ପାବ୍ଳିଗୁଡା ଠାରେ ବିରାଟ ଗଛ ଉପୁଡିବା ସହ କେତେ ଜଣଙ୍କର ଘରର ଟିଣ ,ଛପର ଓ ଆଜବେଷ୍ଟ ଗୁଡିକ ଭାଙ୍ଗି ଯାଇଥିବାର ଦେଖାଯାଇଛି । ଖବର ଶୁଣିବା ପରେ ସ୍ଥାନୀୟ ଦଶମନ୍ତପୁର ସରପଂଚ ଆର.ରୋହିତ କୁମାର କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ପହଂଚି ସେମାନଙ୍କ ସମସ୍ୟା ଶୁଣିଥିଲେ ।

ଦଶମନ୍ତପୁର ସରପଂଚ ଆର.ରୋହିତ କୁମାର କହିଛନ୍ତି ଯେ ବ୍ଳକ ପ୍ରଶାସନ ଓ ତହସିଲଦାରଙ୍କ ସହିତ କଥାବାର୍ତିା କରିବା ପରେ ଏହି ଅସହାୟ ପରିବାର ସଦସ୍ୟ ମାନଙ୍କୁ କିଛି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଆଲୋଚନା କରିବେ । ରାଜ୍ୟସରକାର ଓ ପ୍ରଶାସନ ଏଥିପ୍ରତି ଟିକେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।