ଦୁର୍ନୀତିର ଗନ୍ତାଘର ପାଲଟିଛି ଗଜପତି ଜିଲ୍ଲା ମୋହନା ବ୍ଲକର : ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଭିଜିଲାନ୍ସ ତଦନ୍ତ ଦାବୀ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର /ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନାବ୍ଲକ ସ୍ଥିତ ମୋହନା ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ରେ ଏତେ ଦୁର୍ନୀତି ବଢିଯାଇଛି ଯେ ଏବେ ଦାଣ୍ଡ ରେ ପଡି ହାଟରେଗଡୁଛି। ଦିନକୁ ଦିନ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଛି । ପୁର୍ବ ରୁ ଏମ୍ ଆର୍ ସିପିପରିମିଶନ ନ ଥାଇ ବିଦ୍ୟାଳୟ ଖୋଲିବା ଓକର୍ମଚାରୀ ନିଯୁକ୍ତି ନାଁ ରେ ଠକେଇ କରିବା,ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବରିଷ୍ଠ ନାଗରିକ ଗୃହ (ବୃଦ୍ଧା ଶ୍ରମ) ନାରେ ଡୋନେସନ ଅର୍ଥ କୁ ହଡପ କରିବା, କର୍ମଚାରୀ ମାନଙ୍କର ଦରମା ପଇସା କୁ ହରିଲୁଟକରିବାଇତ୍ୟାଦି ଚର୍ଚ୍ଚା ରେ ଥିଲାବେଳେ ଏବେ ପୁଣି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ବଧିର ବିଦ୍ୟାଳୟ ର ଅଧ୍ୟକ୍ଷ ଅଖିଳ କୁମାର ସାହୁ ଆଜି ଯାଏଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାସ କରିନାହାନ୍ତି କି ତାଙ୍କର ଆର୍ ସି ଆଇ ରେଜିଷ୍ଟ୍ରେସନ ସାର୍ଟିଫିକେଟ ର ଭାଲିଡିଟି ନାହିଁ । କିପରି ବିଭାଗୀୟ ଉଚ୍ଚ ଅଧିକାରୀ କାର୍ଯ୍ୟନୁଷ୍ଠାନ ନ ନେଇ ଦରମା ଦେଇ ଚାଲିଛନ୍ତି ତହା ତଦନ୍ତ କରିବା ପାଇଁ ମୋହନା ଜନସାଧାରଣ ଦାବି କରିଛନ୍ତି । ଜଣେ ଯଦି ଭିନ୍ନକ୍ଷମ ଅନୁଷ୍ଠାନ ବା ସେ କ୍ଷେତ୍ରରେ ରେ କାମ କରିବାକୁ ଚାହିଁବ ବା କରିବ ତାର ଭାଲିଡ ଆର୍ ସି ଆଇ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଥିବା ଦରକାର । ଯାହା କେନ୍ଦ୍ର ସରକାରଙ୍କ ଭାରତୀୟ ପୁନ୍ନବାସ ପରିଷଦ ଆଇନ ରେ ଲିପିବଦ୍ଧ ।

ଅଧ୍ୟକ୍ଷ ଙ୍କ ବିନା ଓଟିଇଟି ସାର୍ଟିଫିକେଟ ରେ କିପରି ଜିଲ୍ଲା ଶିକ୍ଷା ଅଧିକାରୀ ୨୦୧୯ ମସିହାରେ ଏନ୍ ଓ ସି ଦେଇଥିଲେ ଓ ତାର ଭାଲିଡିଟି ଗତ ମାର୍ଚ୍ଚ ମାସରେ ମଧ୍ୟ ସରିଯାଇଛି । ବର୍ତମାନ ବିନା ଏନ୍ ଓ ସି ରେ ବିଦ୍ୟାଳୟ କିପରି ଚାଲୁଛି ତାହା ତଦନ୍ତ ସାପେକ୍ଷ । ପୁର୍ବ ରୁ ବିଦ୍ୟାଳୟ ର ବ୍ୟାଙ୍କ ଆକାଉଣ୍ଟ ରେ ସଂପାଦକ ଓ ବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ମିଳିତ ଦସ୍ତଖତ ରେ ଟଙ୍କା ଉଠାଣ ଓ ଜମା ହେଉଥିଲା ।

କିନ୍ତୁ ୨୦୨୧ ମସିହାରେ ବିଦ୍ୟାଳୟ ସଂପାଦକ ଦଣ୍ଡାସି ସାହୁ ନିଜକୁ ସୁହାଇଲା ଭଳି ରେଜୁଲେଶନ କରି ବ୍ୟାଙ୍କ ଖାତା ର ଅପେରଟ ନିଜ ସଂଗାତ ସୁରେନ୍ଦ୍ର ଜେନା (କୋଷାଧ୍ୟକ୍ଷ) ନାଁ ରେ କରି ଲକ୍ଷ ଲକ୍ଷ ଟଙ୍କା ଉଠେଇ ହରିଲୁଟ କରୁଛନ୍ତି । ପୁର୍ବ ନିର୍ଦ୍ଧାରିତ ବାଇଲ ରେ ସଂପାଦକ ଓ ବିଦ୍ୟାଳୟ ଅଧ୍ୟକ୍ଷ ନାମରେ ବ୍ୟାଙ୍କ ଆକାଉଣ୍ଟ ଅପରେଟ କରିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲା ଓ ଚାଲୁଥିଲା କିନ୍ତୁ ପରେ ସଂପାଦକ ଜାଲି ଦସ୍ତଖତ ରେ ବାଇଲ କୁ ଜାଲିକରିଦୁର୍ନୀତିକରିଚାଲିଛନ୍ତି। ଅଧ୍ୟକ୍ଷ ଅଖିଳ କୁମାର ସାହୁ କୁ ବିଦ୍ୟାଳୟ ରୁ ବହିଷ୍କାର କରିବା ସହ ସଂପାଦକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୋହନା ଜନସାଧାରଣ ଦାବି କରିଛନ୍ତି ।