No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ବରଗଡ଼ :- ଗାଇସିଲେଟ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ର ନିର୍ବାଚିତ ସରପଞ୍ଚ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ବରିହାପାଣି ଗ୍ରାମ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାମଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସରପଞ୍ଚ ଆଲୋଚନା ରେ ଅଂଶଗ୍ରହଣ କରି ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ମତବ୍ୟକ୍ତ କରିଥିଲେ । ସମସ୍ୟା ସମାଧାନ କିପରି ହୋଇପାରିବ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇପାରିବ ସେ ବିଷୟରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ବୈଠକରେ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଂଘର ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ସାହୁ ଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିବା ବେଳେ ଉପସଭାପତି ଶରତ କାଲୋ, ସମ୍ପାଦକ ରାମଚନ୍ଦ୍ର ପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀମତୀ ଅର୍ପିତା ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । କିର୍ଯ୍ୟକାରୀ କମିଟି ସଭ୍ୟ/ସଭ୍ୟା ଭାବେ ଭୀଷ୍ମଦେବ ପ୍ରଧାନ,
ପହିଲମାନ ସିଂ ବରିହା, ପୁଷ୍ପାଞ୍ଜଳୀ ବରିହା ଭାବେ ମନୋନୀତ ହୋଇଥିଲେ ।

No Result
View All Result