ବୈପାରିଗୁଡା ଠାରେ ବଜ୍ରାଘାତରେ ଜଣେ – ଯୁବତୀ ମୁତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମପଂଚାୟତର କଦଳୀପଦର ଗ୍ରାମର ଜଣେ ଯୁବତୀ ଘର ବରଣ୍ଡାରେ ଠିଆ ହୋଇଥିଲେ । ଏହି ସମୟରେ ହଠାତ ଘଡଘଡି ବିଜୁଳି ମାରିବା ଫଳରେ ଯୁବତୀ ଗୁରୁତ ଆହାତ ହୋଇ ଘଟଣା ସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ । ବିଜୁଳି ଯୁବତୀଙ୍କୁ ମାରିବା ଜାଣି ପରିବାର ଲୋକେ ରାମଗିରି ସ୍ଥିତ ଉପସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ।

ସେଠାରେ କାର୍ଯ୍ୟରତ ଡାକ୍ତର ଯୁବତୀର ମୁତ୍ୟୁ ହୋଇଥିବା ନେଇ ଘୋଷଣା କରିଥିବାର ପରିବାର ଠାରୁ ସୂଚନା ହସ୍ତଗତ ହୋଇଛି । କଦଳୀପଦର ଗ୍ରାମର ତ୍ରିନାଥ ଗୋଲରୀଙ୍କ ୧୨ ବୟସ ଝିଅ ସ୍କୃତିରେଖା ହନ୍ତାଳ ବୋଲି ଜଣାପଡିଛି । ଏହି ଅଘଟଣ ଓ ସ୍କୃତିରେଖାଙ୍କ ମୁତ୍ୟୁଖବର ତାଙ୍କର ଗାଁ ଏବଂ ପରିବାର ସହ ବୈପାରିଗୁଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ ବୈପାରିଗୁଡା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟା ରେ କାଳ ବୈଶାଖୀ ସହ ବିଜୁଳି ଘଡଘଡି ହୋଇଥିଲା । ମୃତ ଯୁବତୀଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସାହାଯ୍ୟ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦୃଢ ଦାବି ହୋଇଛି ।