ଏହି ଋଣ ଠିକ୍ ସମୟରେ ପରିଷୋଧ କଲେ ୫୦,୦୦୦ଟଙ୍କା ଠାରୁ ଅଧିକ ଋଣ ଉପରେ ୩ ପ୍ରତିଶତ ହାରରେ ସୁଧ ଲାଗିବ ଏବଂ ୫୦୦୦୦ଟଙ୍କା ପର୍ଯ୍ୟନ୍ତ ରଣ ଉପରେ କୌଣସି ସୁଧ ପଡ଼ିବ ନାହିଁ । ଏଥିରେ ଚାଷୀଗୋଷ୍ଠୀ ଗଠନ ଠାରୁ ଆରମ୍ଭ କରି ଋଣ ପରିଷୋଧ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କୃଷକସାଥୀମାନଙ୍କ ସହଯୋଗରେ କରାଯିବ । ଏହି ଆଲୋଚନାର ଟିକିନିଖି ତଥ୍ୟ ଲିପିବଦ୍ଧ କରିବା ନିମନ୍ତେ ଜିଲ୍ଲାପାଳ ଡା. ଟୁଡ଼ୁ ଉପସ୍ଥିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସଂପୂର୍ଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି କର୍ମଶାଳାରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କର୍ମଶାଳରେ ଉପ ନିର୍ଦ୍ଦେଶକ କୃଷି, ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ଉନ୍ନୟନ ପରିଚାଳକ ନାବାର୍ଡ, ଜିଲ୍ଲା କୃଷି ଅଧିକାରୀ, ଅଗ୍ରଣୀ ବ୍ୟାଙ୍କର ପରିଚାଳକ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ବ୍ଲକସ୍ତରୀୟ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ,ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ମୁଖ୍ୟ, ସମବାୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
© 2023 Odisha Taza News.