No Result
View All Result
ବିଧାନସଭା ଷ୍ଟାଡିଂ କମିଟି-୧୦ର ତୃତୀୟ ବୈଠକ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା ‘ବସୁନ୍ଧରା’ ଯୋଜନାରେ ଭୂମିହୀନ ଲୋକଙ୍କୁ ୪ ଡେସିମିଲ ଜାଗା ଯୋଗାଇଦେବାକୁ ପରାମର୍ଶ
ଓଡ଼ିଶା ତାଜା ନ୍ୟୁଜ୍ /୧୯ ମଇ ଗୁରୁବାର/ ଭୁବନେଶ୍ୱର :- ବିଧାନସଭା ଷ୍ଟାଡିଂ କମିଟି -୧୦ର ତୃତୀୟ ବୈଠକ ଆଜି ପୂର୍ବାହ୍ନରେ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସଂପର୍କରେ ବିଧାୟକ ଶ୍ରୀ ତରାଇ ଆଲୋକପାତ କରିବା ସହିତ ‘ବସୁନ୍ଧରା’ ଯୋଜନାରେ ଭୂମିହୀନ ଲୋକଙ୍କୁ ୪ ଡିସିମିଲ ଜାଗା ଯୋଗାଇଦେବା ସହିତ ଗ୍ରୀଷ୍ମଦିନେ ବିଦୁ୍ୟତ କାଟ ନକରିବାକୁ ପରାମର୍ଶ ଦେଇଛନ୍ତି ।
ସହରାଞ୍ଚଳରେ ୧୦୦/୧୫୦ ଭୂମିହୀନ ପରିବାରଙ୍କୁ ଗୋଟିଏ ସ୍ଥାନରେ ଜମି ପ୍ରଦାନ କରିବା ସହିତ ମୌଳିକ ଆବଶ୍ୟକତା ଯଥା-ପାନୀୟ ଜଳ, ବିଦ୍ୟୁତ ସଂଯୋଗୀକରଣ କରାଯାଇପାରିଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଏହାର ସୁଫଳ ପାଇବା ସହ ସହରର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରହିବ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି । ଭୂମିହୀନଙ୍କ ଆଧାର ଲିଙ୍କ ହେଲେ ହିଁ ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ଜମି ପାଇବ । ଅନ୍ୟଥା ଜଣେ ବ୍ୟକ୍ତି ଅନେକ ସ୍ଥାନରେ ଜମି ପାଇଁ ଆବେଦନ କରିବାର ସମ୍ଭାବନା ଅଛି ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି ।
ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଅବାଧ ବାଲି ଚାଲାଣର ଅଭିଯୋଗ ଆସୁଛି । ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ଜନସାଧାରଣ, ମୁଖ୍ୟତଃ ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧାଙ୍କ ବୃହତ୍ ସ୍ୱାର୍ଥ ଦୃଷ୍ଟିକୋଣରୁ ଗ୍ରୀଷ୍ମଦିନେ ବିଜୁଳି କାଟ ନକରିବା ଓ ବର୍ଷାଦିନ ପୂର୍ବରୁ ୩୩/୧୧ କେଭି ଗ୍ରୀଡ଼୍ ଷ୍ଟେସନ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ କମିଟି ନିର୍ଦ୍ଦେଶ ଦେଇଛି । ଯେଉଁ ଗ୍ରାମଗୁଡ଼ିକୁ ବିଦୁ୍ୟତ ତାର ସଂଯୋଗ ହୋଇଛି କିନ୍ତୁ ଟ୍ରାନ୍ସଫର୍ମର ଅକାମୀ ହୋଇଯାଇଛି, ତେଣୁ ବିଦୁ୍ୟତ ଯୋଗାଣ ହୋଇପାରୁନାହିଁ ।
ଅଥଚ, ଗ୍ରାମବାସୀଙ୍କ ପାଖକୁ ମାସିକ ହାରାହାରି ବିଦୁ୍ୟତ ବିଲ୍ ଆସୁଛି ବୋଲି ଅନେକ ସ୍ଥାନରେ ଜନସାଧାରଣ ଅଭିଯୋଗ କରୁଛନ୍ତି । ଏଭଳି ସ୍ଥଳେ ହାରାହାରି ବିଦୁ୍ୟତ ବିଲ୍ ନଦେବାକୁ କମିଟି ନିର୍ଦ୍ଦେଶ ଦେଇଛି । ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ପର୍ଶୁରାମ ଧଡ଼ା, ଜଗନ୍ନାଥ ନାୟକ, ରୁଦ୍ରପ୍ରତାପ ମହାରଥୀ, ପ୍ରଭୁ ଜାନୀ, ରଘୁରାମ ପଡ଼ାଲ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଆଇଜିଆର୍ ଜେ.ପି. ଦାସ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସ୍ୱତନ୍ତ୍ର ସଚିବ ବି.ବି. ଦାସ, ଉପସଚିବ ସୁଶିଳା ମଲ୍ଲିକ, ଡେସ୍କ ଅଧିକାରୀ ବିଦ୍ୟାଧର ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଶକ୍ତି ବିଭାଗର ଅଧିକାରୀ, ବିଦୁ୍ୟତ୍ ଯୋଗାଣ କମ୍ପାନୀର କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

No Result
View All Result