No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ଭୁବନେଶ୍ୱର :- ସତସଂଘରେ ଉପୁଜୁଥିବା ବାଧା ହିଁ ଠାକୁରଙ୍କ ପରମ ଆଶୀର୍ବାଦ ଏବଂ ଭକ୍ତ ଓ ଭଗବାନଙ୍କ ମିଳନ ପାଇଁ ସବୁବେଳେ ଭକ୍ତଙ୍କୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼େ ବୋଲି ଓଡ଼ିଶା ସତସଂଘ, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୫୫୦ତମ ଇ-ସତସଂଘର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆମେରିକାର କାର୍ଲିଫର୍ଣ୍ଣିଆରୁ ଇଂ ମନୋଜ ପାତ୍ର (ସପ୍ରଋ) ପ୍ରକାଶ କରିଛନ୍ତି । କୋଭିଡ୍-୧୯ ମହାମାରୀ ଯୋଗୁଁ ୨୦୨୦ ନଭେମ୍ବର ମାସ ୧ ତାରିଖଠାରୁ ଶ୍ରୀ ଶ୍ରୀ ଠାକୁରଙ୍କ ଏକନିଷ୍ଠ ଭକ୍ତ ସୁବାଷ ଚନ୍ଦ୍ର ସାହୁଙ୍କ ଉଦ୍ୟମରେ ନିରବଚ୍ଛିନ୍ନ ଭାବେ ଇ-ସତସଂଘ ଆରମ୍ଭ ହୋଇ ଆଜି ୫୫୦ତମ ଦିବସରେ ଉପନିତ ହୋଇଛି ।
ପ୍ରତ୍ୟେହ ସକାଳ ୬.୧୫ରୁ ବୀନତି ପ୍ରାର୍ଥନା, ଗ୍ରନ୍ଥପାଠ, ଭଜନକୀର୍ତ୍ତନ ଓ କୋରସଠାରୁ ଆରମ୍ଭ କରି ସୁନାମଧନ୍ୟ ବକ୍ତାଙ୍କ ଦ୍ୱାରା ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା, ଶିକ୍ଷାଦୀକ୍ଷା, ଦର୍ଶନ ଏବଂ ସୁପରିବାର ଗଢ଼ିବା ସହ ଏକ ସୁସ୍ଥ ସମାଜ ଗଠନରେ ମଣିଷର କର୍ତ୍ତବ୍ୟ, ଦାୟିତ୍ୱ ଓ ଭୂମିକା ସଂପର୍କରେ ଆଲୋଚନା କରାଯାଇଥାଏ । ପ୍ରତ୍ୟେକ ଦିନ ସକାଳ ୬.୧୫ରୁ ଇ- ସତସଂଘ ଆରମ୍ଭ ହୋଇ ଦିନ ୧୦.୩୦ ପର୍ଯ୍ୟନ୍ତ ଚାଲେ ଏଥି ମଧ୍ୟରେ ବିଭିନ୍ନ ସାମାଜିକ ସମସ୍ୟା ସଂପର୍କରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥାଏ । ଏତଦ୍ବ୍ୟତୀତ ଓଡ଼ିଶା ସତସଂଘ ଭୁବନେଶ୍ୱର ଆନୁକୂଲ୍ୟରେ ପ୍ରତ୍ୟେକ ବୁଧବାର ୫ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ନେଇ ଞ୍ଜଫଞ୍ଚଟ୍ଟ;ଶିଶୁ ସତସଂଘି୩୯; ଓ ପ୍ରତ୍ୟେକ ରବିବାର ଅପରାହ@ ୨.୩୦ରୁ ୪ଟା ପର୍ଯ୍ୟନ୍ତ ମାି୩୯;ମାନଙ୍କୁ ନେଇ ମାତୃ ସମ୍ମିଳନୀ ଅନୁଷ୍ଠିତ ହେଉଛି ।
ଆଜିର ଇ-ସତସଂଘରେ ଜୟନ୍ତୀ ବାସାକ୍, କେଶବ ଚନ୍ଦ୍ର ସାହୁ, ପ୍ରିୟଙ୍କା ବର୍ମନ ରାୟ ଦେବେନ୍ଦ୍ର କର, ପ୍ରଜ୍ଞାନ ମହାଭୂଇ, ପଟେଲ କୁମାର ମହନ୍ତ ଓ ଦୈତାରୀ ମୁଦୁଲୀ ପ୍ରମୁଖ ଭଜନ, କୀର୍ତ୍ତନ ଓ କୋରସ୍ ଗାନ କରିଥିବାବେଳେ ଶ୍ରୀ ବିପିନ୍ ବିହାରୀ ମିଶ୍ର ଏବଂ ଇଂ. ବିପିନ ବିହାରୀ ମିଶ୍ର ଠାକୁରଙ୍କ ସଦ୍ଗ୍ରନ୍ଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୫୫୦ତମ ଇ-ସତସଂଘରେ ଅଭୟ କୁମାର ପରିଡ଼ା(ସପ୍ରଋ) ପ୍ରମୋଦ କୁମାର ଦାସ(ସପ୍ରଋ), ଲକ୍ଷ୍ମୀଧର ସାହୁ (ସପ୍ରଋ), ପ୍ରମୋଦ କୁମାର ଶତପଥୀ (ସପ୍ରଋ), ସଞ୍ଜୀବ କୁମାର ନାୟକ (ସପ୍ରଋ), ଦୀପକ ରଞ୍ଜନ ସାହୁ (ସପ୍ରଋ), ବଟକୃଷ୍ଣ ଡାକୁଆ (ସପ୍ରଋ) ପ୍ରମୁଖ ଠାକୁରଙ୍କ ଦିବ୍ୟଦର୍ଶନ ଉପରେ ଅଲୋକପାତ କରିଥିଲେ ।
No Result
View All Result