ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ ଭୁବନେଶ୍ୱର :- ବୁଦ୍ଧ ପୁର୍ଣିମା ନାମରେ ବିଖ୍ୟାତ l ଭଗବାନ ବୁଦ୍ଧ ଆଜିର ଦିନରେ ନେପାଳ କପିଳବାସ୍ତୁ ଠାରେ ଖ୍ରୀଷ୍ଟ ପୂର୍ଵ 563 ରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ପିତା ଶୁଦ୍ଧୋଦନ ଓ ମାତା ମାୟା ଦେବୀ l ସେମାନେ ଲିଛବି ରାଜ ବଂଶୀୟ ଓ ଶାକ୍ୟ ଶାଖା ର l
ତେଣୁ ଗୌତମ ବୁଦ୍ଧ ଙ୍କୁ ଶାକ୍ୟ ମୁନି ମଧ୍ୟ କୁହାଯାଏ l ଯୌବନ ସମୟରେ ପ୍ରଚଣ୍ଡ ବୈରାଗ୍ୟ ର ବଶବର୍ତ୍ତୀ ହୋଇ ସେ ରାଜକୀୟ ଐଶ୍ୱର୍ଯ୍ୟ ପରିତ୍ୟାଗ କରି ସନ୍ୟାସୀ ହୋଇଥିଲେ l ଏଠାରେ ନେପାଳ ଲୁମ୍ବିନୀଠାରେ ନିର୍ମିତ ବୁଦ୍ଧଙ୍କର ଜନ୍ମ ସ୍ଥାନରେ ଥିବା ମନ୍ଦିର ଓ ସେଠାରେ ପୂଜା ପାଉଥିବା ଭଗବାନ ବୁଦ୍ଧ ଙ୍କର ସ୍ବର୍ଣ୍ଣ ପ୍ରତିମାର ଫଟୋ ଦିଆ ଯାଇଛି l
ସତ୍ୟ ଓ ଅହିଂସାର ପୂଜାରୀ ବୁଦ୍ଧଦେବ ଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ହିସାବରେ ହିନ୍ଦୁମାନେ ପୂଜା କରନ୍ତି l ବୌଦ୍ଧ ଧର୍ମ ଏସିଆ ମହାଦେଶରେ ସର୍ବାଧିକ ପ୍ରସାର ଓ ଆଦୃତି ଲାଭ କରିଥିବା ଧର୍ମ l ତେଣୁ ଭଗବାନ ବୁଦ୍ଧଙ୍କୁ LIGHT OF ASIA ମଧ୍ୟ କୁହାଯାଇଥାଏ l © 2023 Odisha Taza News.