ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବିଜୁଳି ବିଭାଗ ସାଧାରଣ ଗ୍ରାହକଙ୍କୁ ଅଧିକ ବିଜୁଳି ଦେୟ ଲଦି ଦେଉଥିବା ବେଳେ ବଡ ବଡ କମ୍ପାନୀ ଓ ପୌରସଂସ୍ଥା କୋଟି କୋଟି ଟଙ୍କାର ବିଜୁଳି ବିଲ ବାକି ରଖୁଛନ୍ତି । ପୁରୀ ସମୁଦ୍ରକୂଳ ରାସ୍ତା ଲାଇଟ ହାଉସ ଠାରୁ ଷ୍ଟର୍ଲିଙ୍ଗ ଛକ ପର୍ଯ୍ୟନ୍ତ ରାତି ତମାମ ଲାଇଟ ଜଳୁଥିବା ବେଳେ ଦିନ ତମାମ ସେହି ଲାଇଟ ଜଳୁଥିବା ଦେଖିବାକୁ ମିଳିଥିଲା ।

କିଛିଦିନ ତଳେ ଲାଇଟ ଜଳୁନଥିବା ଅଭିଯୋଗ ହେବା ପରେ ଏବେ କଣ ଦିନ ରାତି ଲାଇଟ ଜଳିବ ବୋଲି ଟିପିସିଓଡିଏଲ୍ ନିଷ୍ପତ୍ତି ନେଇଛି ବୋଲି ଆଲୋଚନା ହେଉଥିଲା । ସମୁଦ୍ରକୂଳ ଆଲୋକୀକରଣ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।

ଏହି ଲାଇଟ ମିଞ୍ଜି ମିଞ୍ଜି ଜଳୁଥିବାରୁ ବିଚ୍ ରେ ବସୁଥିବା ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମୁଦ୍ରକୂଳ ବାଡରେ ବସି ବାଲେଶ୍ବର ଦୁଇଜଣ ପର୍ଯ୍ୟଟକ କଥା ହେଉଥିଲେ ବିଜୁଳି ଶାସନ ଗଲାଣି ହୁଗୁଳି ଲାଇଟହାଉସ ଷ୍ଟର୍ଲିଙ୍ଗ ରାସ୍ତାରେ ଦିନରେ ଖୁଣ୍ଟରେ ଜଳୁଛି ବିଜୁଳି ।














