ଜବରଦଖଲ ଓ ମଦ ବିକ୍ରିକୁ ବିରୋଧ କରି ଗୋଲରୀଗୁଡା ଗ୍ରାମବାସୀଙ୍କ ତରଫରୁ ଥାନାର ଦ୍ବରାସ୍ଥ 

ଓଡ଼ିଶା ତାଜା ନ୍ୟୁଜ୍ /୧୧ ମଇ ବୁଧବାର /ବୈପାରିଗୁଡା :- ପୋଲିସ ଯଦି ଗିରଫ କରିବ ଗ୍ରାମର ସମସ୍ତ ଲୋକ ଙ୍କୁ ଗିରଫ, ନଚେତ ମଦ ବିକ୍ରି ବନ୍ଦ କର ! ଏମିତି କିଛି ନାରା ଦେଇ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ଆଜି ବୈପାରିଗୁଡା ଥାନାରେ ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଜାଗା ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ

ଗୋଲରୀ ଗୁଡା ଗ୍ରାମବାସୀ ମାନେ ବିରୋଧ କରିବାରୁ ବ୍ୟକ୍ତି ଜଣକ ଗ୍ରାମବାସୀଙ୍କୁ ଗୁଣ୍ଡ ଲଗାଇ ଜୀବନ ରୁ ମାରି ଦେବା ନେଇ ଧମକ ଦେଉଥିବାର ଅଭିଯୋଗ କରି ବୈପାରିଗୁଡା ଥାନାର ଦ୍ବରାସ୍ଥ ହୋଇଛନ୍ତି ଗୋଲରୀଗୁଡା ବାସୀ !ତେବେ ଶୁଣିବାକୁ ମିଳୁଛି ଯେ ଏହି ବ୍ୟକ୍ତି ଜଣକ ସେଠାରେ ଡାବା କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ବେଳେ ତାହାକୁ ବିରୋଧ କରି ବାରମ୍ବାର ଗ୍ରାମବାସୀ ମାନେ ଡାବା ମାଲିକକୁ ମଦ ବିକ୍ରି ନ କରିବା ନେଇ ତାଗିଦ୍ କରିଥିଲେ ମଧ୍ୟ ଡାବା ମାଲିକ ଗ୍ରାମବାସୀଙ୍କ କଥା ଗୁରୁତ ନ ଦେବାରୁ ଶେଷରେ ଗ୍ରାମର ସମସ୍ତ ଲୋକ ଡାବା ଭାଙ୍ଗି ଦେଇଥିବାରୁ

ଡାବା ମାଲିକ ବୈପାରିଗୁଡା ଥାନା ଗ୍ରାମର କିଛି ବ୍ୟକ୍ତିଙ୍କ ନାଁ ରେ ଏତଲା ମଧ୍ୟ ଦେଇଛନ୍ତି ବୋଲି ଶୁଣିବା ପରେ ଗ୍ରାମବାସୀ ମାନେ ଏକତ୍ରି ହୋଇ ଆଜି ବୈପାରିଗୁଡା ଥାନାରେ ପହଂଚି ଦାବି ଜଣାଇଛନ୍ତି ଯେ ଡାବା ଗ୍ରାମର ସମସ୍ତ ଲୋକେ ମିଶି ଭାଙ୍ଗିଛୁ ! ତେଣୁ ପୋଲିସ ଯଦି ଗିରଫ କରିବ ସମସ୍ତ ଲୋକଙ୍କୁ ଗିରଫ କରୁ ନଚେତ ଜବରଦଖଲ କରି ରଖିଥିବା ଲୋକଙ୍କୁ ସେଠାରୁ ଉଠାଯାଉ ! ଥାନା ରେ ସେମାନେ ଅନୁରୋଧ କରିଛନ୍ତି ଯେ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଥାନା ପକ୍ଷରୁ ଉଚିତ ଦଣ୍ଡ ଦେବା ସହିତ ଗ୍ରାମରେ ମଦ ବିକ୍ରି ବନ୍ଦ କରାଯାଉ ! ତେବେ ଏସମ୍ପର୍କରେ ପୋଲିସ ମତାମତ ହସ୍ତଗତ ହୋଇପାରିନାହିଁ !