No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/ବୈପାରିଗୁଡା :- ବର୍ଷ ବର୍ଷ ଧରି ଆମ ପୂର୍ବ ପୁରୁଷ ମାନଙ୍କ ପରେ ଆମେ ମଧ୍ୟ ସେହି ସ୍ଥାନରେ ରହି ବସବାସ କରି ନିଜ ନିଜ ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଏବେ ସରକାରଙ୍କ ନିଷ୍ପର୍ତି ଯୋଗୁଁ ୁ ଆମ ଗାଁ ସମ୍ପର୍ଣ୍ଣ ଭାବେ ଭୂମିହିନ ହେବାକୁ ଯାଉଥିବା ବେଳେ ଏହାର ପୁର୍ନାବାର ତଦନ୍ତ କରିବା ନେଇ ବୈପାରିଗୁଡା ବ୍ଳକ ଦହଦୀକୁଣ୍ଡ ଗ୍ରାମପଂଚାୟତର ତାଲୁରୁ ଗ୍ରାମବାସୀଙ୍କ ପକ୍ଷରୁ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି । ତେବେ ସେମାନେ ଦାବିପତ୍ରରେ ଉଲ୍ଳେଖ କରିଛନ୍ତି ଯେ ଲ୍ୟାଣ୍ଡ ବ୍ୟାଙ୍କ ହେବା ଦ୍ୱାରା ତାଲୁରୁ ଗ୍ରାମରେ ଅନେକ ଲୋକ ଜମିହୀନ ଓ ବାସଗୃହ ହରା ହୋଇଯିବର ସମ୍ଭାବନା ରହିଥିବାରୁ ସେମାନେ ତହସିଲଦାରଙ୍କୁ ପୁର୍ନାରବାର ତଦନ୍ତ କରିବା ପାଇଁ ଗୁହାରୀ ମଧ୍ୟ କରିଛନ୍ତି । ସେମାନେ କହିଛନ୍ତି ଯେ ସରକାରଙ୍କ ତରଫରୁ ଗାଁରେ ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଜାଗା ସର୍ଭେ ହୋଇଥିବା ନେଇ ସେମାନେ ଶୁଣିବାକୁ ପାଇଛନ୍ତି ତେଣୁ ଏହାକୁ ଉର୍ଚ୍ଛେଦ କରି ଅନ୍ୟ କୌଣସି ସ୍ଥାନରେ ଲ୍ୟାଣ୍ଡ ବ୍ୟାଙ୍କ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିବାର ଦେଖାଯାଇଛି ।
ସେହି ସ୍ଥାନରେ ଆମେ ବର୍ଷ ବର୍ଷ ଧରି ଚାଷବାସ କରୁଥିବା ସମୟରେ ଯଦି ଆମ ଠାରୁ ଜମି ଛଡାଇ ନିଆଯିବ ତେବେ ଆମେ ଆମ ପରିବାର ସଦସ୍ୟ କେମିତି ବଂଚିବୁ ବୋଲି ପ୍ରକାଶ କରିଛନ୍ତି । ତେଣୁ ସରକାର ଓ ପ୍ରଶାସନ ଅନ୍ୟ କୌଣସି ସ୍ଥାନରେ ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଜାଗା ଚିହ୍ନଟ କରାଯାଉ ବୋଲି ପ୍ରଶାସନ ପାଖରେ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ଏସମ୍ପର୍କରେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ଙ୍କୁ ଯୋଗୋଯୋଗ କରିବାକୁ କହିଥିଲେ ଯେ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ , ସରକାରୀ ଗୃହ ନିର୍ମାଣ କିମ୍ବା ଜଙ୍ଗଲ ସୃଷ୍ଟି କରିବା ସହିତ ବିଭିନ୍ନ କିସମର ଗଛ ଲଗାଇବା ପାଇଁ ସରକାରୀ ଜମି ଦରକାର ପଡୁଥିବା ବେଳେ ଏହି ଲ୍ୟାଣ୍ଡ ବ୍ୟାଙ୍କରେ ଥିବା ସଂରକ୍ଷିତ ଜାଗାକୁ ବଣ୍ଠନ କରାଯାଏ । ତେଣୁ ଗ୍ରାମବାସୀଙ୍କ ଦାବି ଉପରେ ପୁଣିଥରେ ବିଚାର କରିବା ସହିତ ସେଠାକୁ ଯାଇ ଲ୍ୟାଣ୍ଡ ବ୍ୟାଙ୍କ ଜାଗା କି ନାହିଁ ତଦନ୍ତ କରିବା ପରେ ହିଁ କିଛି କହିହେବ ବୋଲି ପ୍ରକାଶ କରିଛନ୍ତି ।
No Result
View All Result