No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/ବୈପାରିଗୁଡା :- ସଡକ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ଜନସାଧାରଣଙ୍କୁ ଏକ ବାର୍ତିା ଦେବା ଉର୍ଦେଶ୍ୟ ନେଇ ଆଜି ବୈପାରିଗୁଡା ଯୁବ ବିଜୁ ଜନତା ଦଳ ତରଫରୁ ବୈପାରିଗୁଡା ମୁଖ୍ୟଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାର ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜୀତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବୈପାରିଗୁଡା ଡିଏସପି ବିରଂଚି ନାରାୟଣ ଜଗତ ଯୋଗଦାନ କରିଥିଲେ ।

ବାରମ୍ବାର ଥାନା ଅଂଚଳରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହି କୁ ନେଇ ସମସ୍ତ ଚିନ୍ତାରେ ବସିଥିବା ସହିତ ଦୁର୍ଘଟଣା ହାରକୁ କେମିତି ରୋକା ଯାଇପାରିବ ସେଥି ନିମେନ୍ତ ସମସ୍ତ ଲାଗିପଡିବା ଦରକାର ବୋଲି କହିବା ପୋଲିସ ସହାୟତାରେ ଜନସାଧାରଣ ଙ୍କୁ ଅଧିକ ରୁ ଅଧିକ ସଚେତନତା କରାଇବା ଯୁବ ବିଜୁ ଜନତା ଦଳର ପ୍ରଥମ କର୍ତବ୍ୟ ବୋଲି କହିଛନ୍ତି ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜୀତ ନାୟକ ।

ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଛୋଟ ବଡ ଯାନ ସହ ବସ ,ଟ୍ରକ ଚାଳକ ମାନଙ୍କୁ ମଧ୍ୟ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଗୁରୁମନ୍ତ୍ର ଦେବା ସହି ଯେଉଁ ମାନେ ହେଲମେଟ ଓ ସିଟ୍ ବେଲ୍ଟ ଲଗାଇଛନ୍ତି ସେମାନଙ୍କୁ ମିଠା ଦେବା ସହ ଥଣ୍ଡା ମଧ୍ୟ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଛି । ତାହା ସହିତ ମୁଖ୍ୟତଃ ମଦ୍ୟପାନ କରି ଗାଡି ନ ଚଲାଇବା , ଦ୍ରୁତଗତିରେ ଗାଡି ନ ଚଲାଇବା , ବିପରୀତ ଦିଗରେ ଗାଡି ବୁଲାଇବା , ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା , ବିପଜ୍ଜନକ ଭାବେ ଗାଡି ଚଳାଇବା ନାହିଁ , ଦୁଇ ଚକିଆ ଯାନରେ ତିନିଜଣ ଯିବା ନାହିଁ , ସିଟ୍ ବେଲ୍ଟ ଓ ହେଲମେଟ୍ ବ୍ୟବହାର ସବୁ ସମୟରେ କରିବା ସହ ବିଭିନ୍ନ ସଡକ ସୁରକ୍ଷା ନିୟମ ଗୁଡିକ ଚାଳକ ମାନଙ୍କୁ ବୁଝାଇଥିଲେ ଯୁବ ବିଜୁ ଜନତା ଦଳର ସଦସ୍ୟ ମାନେ ।

ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର , ଜିଲ୍ଳାପରିଷଦ ରାଜେଶ୍ୱର ମହୁରିଆ , ବୈପାରିଗୁଡା ସରପଂଚ ସୂର୍ଯ୍ୟମଣି ନାୟକ , ନାଏବ ସରପଂଚ ସୁଶାନ୍ତ ସାହୁ , ହଦଳୀକୁଣ୍ଡ ସମିତିସଭ୍ୟ ବିଭିଷଣ ହନ୍ତାଳ , ପ୍ରଦୀବ ଗୌଡ , ସନ୍ତୋଷ ପଟ୍ଟନାୟକ , ଅଶୋକ ଦାସ , ସଦାନନ୍ଦ ମଲ୍ଲିକ , ବିଭୁ ପ୍ରସାଦ ପଣ୍ଡା , ସିତୁ ପଣ୍ଡା , ଲକ୍ଷ୍ମଣ ହରିଜନ , ଟୁନା ନାୟକ , ଶିବ ହରିଜନ , ଗୁରୁପଦ ପ୍ରଧାନୀଙ୍କ ସହିତ ବହୁ ଯୁବ ବିଜୁ ଜନତା ଦଳର ସଦସ ୍ୟ ମାନେ ଉପସ୍ଥିତ ରହିଥିଲେ ।,

No Result
View All Result