No Result
View All Result
ବାଚସ୍ପତିଙ୍କ ଦ୍ୱାରା ଚାରୋଟି କବିତା ସଂକଳନ ଓ କ୍ୟାସେଟ୍ ଉନ୍ମୋଚିତ
ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/ଭୁବନେଶ୍ୱର :- ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ଆଜି ପୂର୍ବାହ୍ନରେ ବିଧାନସଭା ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କେନ୍ଦ୍ରାପଡ଼ାର ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ପ୍ରକାଶିତ ଚାରୋଟି କବିତା ସଂକଳନ ଏବଂ ଏକ କ୍ୟାସେଟ୍ର ଶୁଭ ଉନ୍ମୋଚନ କରିଛନ୍ତି । ଓଡ଼ିଶାର ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରୁଥିବା ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ସଦସ୍ୟସଦସ୍ୟମାନଙ୍କ ଉତ୍ସର୍ଗୀକୃତ ସାହିତ୍ୟ ସାଧନାକୁ ଭୂୟସୀ ପ୍ରଶଂସା କରିବା ସହିତ କବିମାନଙ୍କୁ ନିଜର ସୃଷ୍ଟି ସର୍ଜନା ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଉଚ୍ଚକୋଟୀର ଲେଖା ହିଁ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ପଣ୍ଡିତ ପ୍ରବୋଧ କୁମାର ମିଶ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ସଂସଦର ସଭାପତି ଶ୍ରୀ କାଶୀନାଥ ରାଉତରାୟ, ସଂପାଦକ ଶ୍ରୀ ହେମନ୍ତ ଜେନା ପ୍ରମୁଖଙ୍କ ଉପସ୍ଥିତିରେ କବି ବାଣୀଶ୍ରୀ ସସ୍ମିତା ପଣ୍ଡାଙ୍କ ‘ଜୀବନ’,
ପ୍ରଜ୍ଞାଶ୍ରୀ ପ୍ରମୋଦ କୁମାର ତି୍ରପାଠୀଙ୍କ ‘ସ୍ମଚ୍ଚmଞ୍ଛ;ୃତି ସିଲଟ’;, ଅଧ୍ୟାପକ ନିଧି ସାହୁଙ୍କ ‘ଅଦୃଶ୍ୟ ଛାଇର ଛିଟା’;, କବି ମୋନାଲିସା ସିଂହଙ୍କ ‘ଆଞ୍ଜୁଳାଏ ସ୍ୱରଲିପ’ କବିତା ସଂକଳନ ଲୋକାର୍ପିତ କରିବା ସହିତ ଗୀତିକାର ସସ୍ମିତା ପଣ୍ଡାଙ୍କ ‘ଅଲେଖା ମୋର ଏ ଜୀବନ ବେଦୀରେ’ କ୍ୟାସେଟ୍କୁ ବାଚସ୍ପତି ଡ. ପାତ୍ର ଉନ୍ମୋଚନ କରିଛନ୍ତି । ସଂଗୀତ ଗୁରୁ ରାଜକିଶୋରଙ୍କ ନିର୍ଦ୍ଦେଶନା ଏବଂ ଦୁର୍ଗାଚରଣ ମିଶ୍ରଙ୍କ କଣ୍ଠରେ ଏହି କ୍ୟାସେଟ୍ଟି ପ୍ରସ୍ତୁତ ହୋଇଛି । ପୁସ୍ତକ ପ୍ରକାଶନ ଏକ କଷ୍ଟକର ବ୍ୟାପାର । ଜ୍ଞାନୀଗୁଣୀ ବ୍ୟକ୍ତି ହିଁ ଏହି କଷ୍ଟକୁ ଅନୁଭବ କରିପାରନ୍ତି ା
ଲେଖକଲେଖିକାମାନଙ୍କ କଷ୍ଟଲବ୍ଧ ଉଦ୍ୟମ ଉପରେ ହିଁ ଓଡ଼ିଆ ଭାଷା ଓ ସାହିତ୍ୟର ଭବିଷ୍ୟତ ନିର୍ଭର କରୁଛି ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ବାଚସ୍ପତି ଡଃ. ପାତ୍ରଙ୍କୁ ସଂସଦ ପକ୍ଷରୁ ଯୁଗପୁରୁଷ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ପଣ୍ଡିତ ପ୍ରବୋଧ ମିଶ୍ର ବେଦମନ୍ତ୍ର ପାଠ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସାହିତି୍ୟକ ଭକ୍ତ ଚରଣ ସାହୁ, ଶିକ୍ଷାବିତ୍ ସ୍ମଚ୍ଚmଞ୍ଛ;ୃତିରଞ୍ଜନ ଜେନା, ଅକ୍ଷୟ କୁମାର ତରାଇ, ଦୁର୍ଗାଚରଣ ପାଢ଼ୀ, ସୁସ୍ମିତା ପଣ୍ଡା, ପି୍ରୟରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result