• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
June 27, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି
Share on FacebookShare on TwitterWhatsapp

ରାଜ୍ୟରେ ବଢୁଛି ଅପରାଧୀଙ୍କ ଦୌରାତ୍ମ୍ୟ, ପୋଲିସ ଉପରେ ଆସ୍ଥା ହରାଇଲେଣି ସାଧାରଣ ଜନତା l

ଅପରାଧୀଙ୍କ ସୁରକ୍ଷାକବଚ ସାଜୁଛନ୍ତି ବିଜେପି ନେତା, ରଥଯାତ୍ରା ପୂର୍ବରୁ ପୁରୀ ସହର ଅଶାନ୍ତ l

ଭୁୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଓଡିଶା ଏବେ ଘଡିସଦ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ବିଜେପି ରାଜ୍ୟର ଶାସନ ଭାର ନେବା ଦିନଠାରୁ ଦୀର୍ଘ ୨ ବର୍ଷ ହେଲାଣି ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । କେବଳ ଆଇନଶୃଙ୍ଖଳା ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି । ନାରୀ ଅସୁରକ୍ଷିତ, ଚାଷୀ ଅବ୍ୟବସ୍ଥା, ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି, ସାରା ରାଜ୍ୟରେ ମାଫିଆରାଜ, ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଆଦି ଘଟଣାମାନ ଏବେ ରାଜ୍ୟବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲର ଜୋନାଲ ସହସଂଯୋଜକ ଏସ୍କେ. ନିଜାମୁଦ୍ଦିନ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ବିଜେପି ସରକାରଙ୍କ ଶାସନରେ ରାଜ୍ୟରେ ହତ୍ୟା, ଗୁଳିକାଣ୍ଡ ଓ ସଂଗଠିତ ଅପରାଧ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । ବାରମ୍ୱାର ଘଟୁଥିବା ଏଭଳି ହିଂସାତ୍ମକ ଅପରାଧ ଯୋଗୁଁ ରାଜ୍ୟବାସୀଙ୍କ ମନରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି ।

ଶ୍ରୀ ବେହେରା କହିଥିଲେ, ସହଦେବଖୁଣ୍ଟା ଥାନାଠାରୁ ମାତ୍ର ୬୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ୮ ରାଉଣ୍ଡ ଗୁଳି ଚଳାଇ ଦିନ ଦ୍ୱିପ୍ରହରରେ ବାଲେଶ୍ୱରର ବ୍ୟବସାୟୀ ଶେଖ ହମିଦଙ୍କୁ ନିର୍ମମ ହତ୍ୟା କରାଯାଇଛି । ସେହିପରି ପୁରୀରେ ଜଣେ ହୋଟେଲ ମାଲିକଙ୍କୁ ତାଙ୍କ ମ୍ୟାନେଜର ଓ ସହଯୋଗୀମାନେ ହତ୍ୟା କରିଥିଲେ । ପୁରୀରେ ଏଭଳି ଘଟଣା କେବଳ ଜନସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ, ବରଂ ପର୍ଯ୍ୟଟକ ଓ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ଓଡ଼ିଶାର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି ।

ଅନ୍ୟପଟେ କଟକ ଜିଲ୍ଲାରେ ସନ୍ତରାବାଲି ସରପଞ୍ଚ ମୀତା ଜେନାଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ସର୍ବସମ୍ମୁଖରେ ହୋଇଥିଲା ଗୁଳିମାଡ଼ । କେବଳ ଏତିକି ନୁହେଁ ତାଙ୍କ ପୁଅଙ୍କ ସହ ଏକ ସେଲୁନରେ ଥିବା ବେଳେ ଅଜଣା ଦୁର୍ବୃତ୍ତମାନେ ଗୁଳି ଚଳାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏ ସମସ୍ତ ଘଟଣା ସ୍ପଷ୍ଟ ହେଉଛି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା ବେଳେ ପୋଲିସ ବିଭାଗ କୋମାକୁ ଚାଲିଯାଇଛି । ମାଣିଆବନ୍ଧ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଥିଲା ଏବଂ ପୂର୍ବରୁ ଏପରି ଅପରାଧିକ ଘଟଣା କେବେ ଘଟିନଥିଲା ।

ଶାଢ଼ୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଏହି ଅଞ୍ଚଳ ଆଜି ଏହି ଘଟଣା ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପହଞ୍ଚିଛି ଏବଂ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି ହୋଇଛି । ସେହିପରି ଏସ୍କେ. ନିଜାମୁଦ୍ଦିନ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଯେକୌଣସି ସରକାରଙ୍କର ସର୍ବପ୍ରଥମ ଦାୟିତ୍ୱ । ଓଡ଼ିଶାବାସୀ ସୁରକ୍ଷା, ନିରାପତ୍ତା ଓ ନ୍ୟାୟ ପାଇବାର ଅଧିକାରୀ । ସଂଖ୍ୟାଲଘୁ ବର୍ତ୍ତମାନ ରାଜ୍ୟରେ ସୁରକ୍ଷିତ ନାହାନ୍ତି । ବାଲେଶ୍ୱରରେ ବ୍ୟବସାୟୀ ଏସ୍କେ. ହମିଦ୍ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।

ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧକୁ ସରକାର ଯଦି ରୋକିନପାରିବେ ଆଗାମୀ ଦିନରେ ଭୟଙ୍କ ବିରୋଧର ସମ୍ମୁଖୀନ ହେବେ ସରକାର । ସେହିପରି ଡ଼. ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, ଗତ ୨୩ ତାରିଖରେ ରାଜ୍ୟର ଆଇନମନ୍ତ୍ରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସୂଚାରରୂପେ ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ କରି ଗଣମାଧ୍ୟମକୁ କହିଥିଲେ, ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବା ସହିତ ଭକ୍ତମାନଙ୍କ ସୁରକ୍ଷାରେ କୌଣସି ଅବହେଳା କରାଯିବ ନାହିଁ । ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

କିନ୍ତୁ ପରଦିନ ଅପରାଧୀମାନେ ଆଇନମନ୍ତ୍ରୀଙ୍କ କଥାକୁ ଖାତିର ନକରି ପୁରୀର ଜଣେ ହୋଟେଲ ବ୍ୟବସାୟଙ୍କୁ ନିର୍ମମ ଭାବେ ହତ୍ୟା କରି ଖସିଯିବାରେ ସଫଳ ହେଲେ । ସେହିପରି ବଡମ୍ବାର ମାଣିଆବଦ୍ଧ ସରପଞ୍ଚଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ତାଙ୍କ ପୁଅଙ୍କ ଉପସ୍ଥିତିରେ ଗୁଳି ମାରି ହତ୍ୟା କରିବାକୁ ଉଦ୍ୟମ କରିଥିôବା ଆସାମୀମାନଙ୍କୁ ଧରିବାରେ ଏପର୍ଯ୍ୟନ୍ତ ପୋଲିସ ସକ୍ଷମ ହୋଇନାହିଁ । ରାଜ୍ୟରେ ଏଭଳି ଅପରାଧମାନ କେତେ ଦିନ ଚାଲିବ ବୋଲି ବିଜେପି ସରକାରଙ୍କୁ ବିଜେଡି ପ୍ରଶ୍ନ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026

Recent News

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version