ମଜୁରୀ ଟଙ୍କା ନ ମିଳିବାରୁ ଫେରି ଆସିଲେ ଗ୍ରାମକୁ : କେବେ ଦଲାଲ କୁ ବାନ୍ଧିବେ ପୋଲିସ
ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ବୈପାରିଗୁଡା :- ବାରମ୍ବାର ଦାଦନ ଶ୍ରମିକ ବାହାର ରାଜ୍ୟ ଯାଇ ସବୁ ବେଳେ ହଇରାଣ ର ଶିକାର ହେଉଥିବା ବେଳେ ରାଜ୍ୟବାହାରକୁ କେତେ ଶ୍ରମିକ ଯାଉଛନ୍ତି ଏବଂ କେତେ ଗାଁ କୁ ଫେରୁଛନ୍ତି ସେହି ବିଷୟ ରେ ପ୍ରଶାସନ ପାଖରେ ଖବର ରହୁନଥିବା ବେଳେ ଶ୍ରମିକ ମାନେ ବାହାର ରାଜ୍ୟକୁ ଯାଇ କାମଧନ୍ଦା କରି ଟଙ୍କା ନ ପାଇ ଘର କୁ ଫେରୁଥିବାର ଦେଖାଯାଉଛି । ଏମିତି କିଛି ଦୁଃଖ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଳକ କାର୍ଯ୍ୟାଳୟ ରାମଗିରି ରାସ୍ତା ପାଖରେ । ବୈପାରିଗୁଡା ବ୍ଳକ ଦଣ୍ଡାବାଡି ପଂଚାୟତର ଆଖପାଖ ଗ୍ରାମର ୪୦ ଜଣ ଶ୍ରମିକ ଛୋଟ ପିଲା ମାନଙ୍କୁ ନେଇ ଆନ୍ଧ୍ରପ୍ରଦେଶ ର ବିଜୟୱାର୍ଡ କୁ ଇଟାଭାଟିରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ ।
ତେବେ ଗ୍ରାମ କୁ ଜଣେ ଦଳାଲ ଆସି ଏ ମାନଙ୍କୁ ନେଇ ଇଟାଭାଟି ମାଲିକ ପାଖରେ ଛାଡି ଚାଲିଯାଇଥିଲା । ଗ୍ରାମରେ କାମ ନ ମିଳିବାରୁ ସେମାନେ ବାହାର ରାଜ୍ୟକୁ ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ବାହାରି ପଡିଥିବା ବେଳେ ପରିବାର ପୋଷଣ କରିବା ସେମାନଙ୍କ ମୁଖ୍ୟ ଉର୍ଦେଶ୍ୟ ରହିଥିବା ବେଳେ ଏପଟେ କାମ କରାଇ ମଧ୍ୟ ମାଲିକ ଟଙ୍କା ନ ଦେବାରୁ ଶେଷରେ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରି ଆସିଥିବା ପ୍ରକାଶ କରିଛନ୍ତି । ଶ୍ରମିକ ମାନେ ୩ ରୁ ୪ ମାସ କାମ କରିବା ପରେ ଘରକୁ ଆସିବା ପାଇଁ ମାଲିକକୁ କହିଥିବା ବେଳେ ମାଲିକ ୨୦ ହଜାର ଟଙ୍କା ଦେଇଥିବା ବେଳେ ବଳକା ଟଙ୍କା ଏବେ ଦେଇ ପାରିବି ନାହିଁ ବୋଲି କହିବା ସହିତ ଧମକ ମଧ୍ୟ ଦେଇଥିବାର ଶ୍ରମିକ ମାନଙ୍କ ଠାରୁ ଶୁଣିବାକୁ ମିଳିଛି ।
ବଡକଷ୍ଟ ରେ ସେମାନେ ସେଠାରୁ ବସ ଯୋଗେ ବୈପାରିଗୁଡା ଫେରିବା ପରେ ଦଣ୍ଡାବାଡି ଯିବା ପାଇଁ ବସକୁ ଅପେକ୍ଷା କରିବା ସମୟରେ ଆମ ଓଡ଼ିଶା ତାଜା ନ୍ୟୁଜ୍ ପ୍ରତିନିଥି ବିକ୍ରାନ୍ତ କୁମାର ବେବର୍ତା ଓ ଓଡିଶା ଡ୍ରାଇଭର ମହାସଂଘର ବୈପାରିଗୁଡା ଗ୍ରାମର ସଦସ୍ୟ ମାନେ ଶ୍ରମିକ ମାନଙ୍କ ପାଖକୁ ଯାଇ ଘଟଣା ବିଷୟରେ ପଚାରିଥିଲେ ମଧ୍ୟ ପ୍ରକୃତ ଘଟଣା କେମ୍ୟୋରା ଆଗରେ କହିନଥିଲେ ମଧ୍ୟ ସବୁ ଘଟଣା ପ୍ରକାଶ କରିିଥିଲେ । ତେବେ ସେମାନଙ୍କ ବଳକା ଟଙ୍କା କଣ ପ୍ରଶାସନ ସହାୟତାରେ ଫେରି ପାଇବେ କି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ନା ସେହି ଦଳାଲ କୁ ପୋଲିସ ଗିରଫ କରି ମାଲିକ ପାଖରେ ପହଂଚି କିମ୍ବା ତାହା ସହିତ କଥାବାର୍ତିା କରି ଏହି ଅସହାୟ ଗରିବ ୪୦ ଜଣ ଶ୍ରମିକ ମାନଙ୍କ ପରିଶ୍ରମ ଫେରାଇ ଆଣିବେ ତାହା ଏବେ ଦେଖିବାକୁ ବାକି ରହିଛି ।














