ଧାନ ସଂଗ୍ରହ ମଣ୍ଡି ଖୋଲିବା ଡର,ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।
ଓଡ଼ିଶା ତାଜା ନ୍ୟୁଜ୍ /୦୮ ମଇ ରବିବାର/ରଣପୁର :- ଗତବର୍ଷ ଲଗାଣ ବର୍ଷାରେ ଶାରଦ ଧାନ ଉଜୁଡ଼ି ଯାଇଥିଲା । ପୁଣି ବାତ୍ୟା ଡ଼ର ଘାରିଲାଣି ଚାଷୀଙ୍କୁ । ବାତ୍ୟା ଯଦି ହୁଏ ତେବେ ୮୦୦ ଏକର ଧାନ ଫସଲ ଉଜୁଡ଼ିଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନଥିବାରୁ ଚାଷୀ ଧାନ କାଟିପାରିନାହାନ୍ତି । ମୁଣ୍ଡ ଉପରେ ବିପଦ ଦେଖୁ ଚାଷୀ ଛାନିଆ ହୋଇପଡ଼ିଛନ୍ତି । ଯେତିକି ଧାନ ଅମଳ କରିଛନ୍ତି, ତାକୁ ଶାଗମାଛ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ନୟାଗଡ ଜିଲା ରଣପୁର ବ୍ଲକ ଭେଟବର ବନ୍ଧ ତଳି ଅଞ୍ଚଳରେ ପ୍ରତିବର୍ଷ ୮୦୦ ଏକର ରବିଧାନ ଚାଷ ହୋଇଥାଏ । ପ୍ରାୟ ୧୭୦୦ କୃଷକ ପରିବାର ଏଥିରେ ଉପକୃତ ହୋଇଥାନ୍ତି । ରବିଧାନ ସଂଗ୍ରହ ପାଇଁ ମଣ୍ଡି ଚେତାବନୀ ଦେଇଥିବା ଜଣାପଡିଛି ।


ନଖୋଲିବା ଯୋଗୁଁ କୃଷକ ମାନେ ଅଭାବୀ ମହରଗରୁ ନେଇ ଚିନ୍ତାରରେ ପକାଇଛି । ଗୋଟିଏ ପଟେ ବାତ୍ୟା କୃଷକ ମାନେ ରବି ଧାନ ସଂଗ୍ରହ ମଣ୍ଡି ଖୋଲିବା ଡର, ଅନ୍ୟପଟେ ଅଭାବୀ ବିକ୍ରି ଚାଷୀଙ୍କୁ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି । ପ୍ରତିବର୍ଷ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲା ଉଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ରବି ଧାନ ମଣ୍ଡି ଖୋଲିବା ପାଇଁ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନଥିବା ନନ୍ଦପୁରର କୃଷକ ପରମାନନ୍ଦ ସାହୁ କହିଛନ୍ତି ।
ଏ ସମ୍ପର୍କରେ ନୟାଗଡ ଜିଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ନୟାଗଡ ଅତିରିକ୍ତ ଯୋଗାଣ ଅଧିକାରିଣୀ ତିଳୋତ୍ତମା ପ୍ରଧାନ କୁହନ୍ତି ଯେ ନୟାଗଡ ଜିଲାରୁ ରବି ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନାହିଁ । ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ନୟାଗଡ଼ ଜିଲ୍ଲାରୁ ରବି ଧାନ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଏପରିସ୍ଥଳେ ରାଜ୍ୟ ସରକାର ନୟାଗଡ ଜିଲାରୁ ରବି ଧାନ ସଂଗ୍ରହ ପାଇଁ ଅନୁମତି ଦେବାକୁ କୃଷକମାନେ ଅନୁରୋଧ କରିଛନ୍ତି ।












