ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ କେମିତି ପ୍ରଶାସନ ସହାୟତାରେ ସମାଧାନ କରାଯାଇପାରିବ ସେଥି ନେଇ ସ୍ବେର୍ଚ୍ଛାସେବୀ ଅନୁଷ୍ଠାନ ସାହାଯ୍ୟ ଦି ହେଲପିଙ୍ଗ୍ ହ୍ୟାଣ୍ଡ ର ବୈପାରିଗୁଡା ସଦସ୍ୟ ଓ ବୈପାରିଗୁଡା ଗ୍ରାମବାସୀଙ୍କ ପକ୍ଷରୁ ବିଡିଓ ଅଭିମନ୍ୟୁ କବି ଶତପଥିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବାର ଦେଖାଯାଇଛି ! ମୌଳିକ ସମସ୍ୟା ଭିତରେ ମୁଖ୍ୟତ ୩ ଟି ଦାବି ପୂରଣ କରିବା ନେଇ ସଦସ୍ୟ ଓ ଅଂଚଳ ବାସୀ ଦାବି ରଖି ଦାବିପତ୍ର ରେ ଉଲ୍ଲେଖୀନୟ କରିଛନ୍ତି !
ସାହାଯ୍ୟ ଦି ହେଲପିଙ୍ଗ୍ ହ୍ୟାଣ୍ଡର ଉପସଭାପତି ଜିତେନ୍ଦ୍ର ମହାପାତ୍ର ( ମୁନା ) ଙ୍କ ଅଧ୍ୟକ୍ଷତାରେ ସନ୍ତୋଷ ପଟନାୟକ , ବୁଲା ସାହୁ , ଚିନା ରାଓ , ଫକିର ରାଉତ , ସଦାନନ୍ଦ ମଲ୍ଲିକ ଙ୍କ ସହିତ ବହୁ ସଦସ୍ୟ ଓ ଗ୍ରାମବାସୀ ମାନେ ଏକତ୍ରି ହୋଇ ଦାବି ଜଣାଇଛନ୍ତି ! ଦାବି ମାନଙ୍କ ଭିତରେ ବୈପାରିଗୁଡା ମୁଖ୍ୟ ଛକରେ ପାନୀୟ ଜଳ ବ୍ୟବସ୍ଥା କରିବା ସହିତ ବ୍ଲକ ପରିସର ସାମ୍ନାରେ ଏକ ଥଣ୍ତା ପାନୀୟ ଜଳ ନିମନ୍ତେ ଫିଜର ଲଗାଇବା ,
ବୈପାରିଗୁଡା ଶ୍ମାଶାନ ରେ ବିଶ୍ରାମ ଗୁହ ନିର୍ମାଣ କରିବା , ରାତ୍ରି ସମୟରେ ଶ୍ମଶାନରେ ଆଲୁଅ ବ୍ୟବସ୍ଥା ନଥିବା ଲୋକେ ଅସୁବିଧାର ସମ୍ମୁଖ୍ୟନ ହେଉଥିବାରୁ ସେଠାରେ ଆଲକ ବ୍ୟବସ୍ଥା କରିବା ! ସେହି ସବୁ ସମସ୍ୟା ପ୍ରତି ଗୁରୁତ ଦେଇ ନିର୍ମାଣ କରିବା ନେଇ ପ୍ରତିଶୁତି ପ୍ରଦାନ କରିଛନ୍ତି ବୈପାରିଗୁଡା ବିଡିଓ ଶ୍ରୀ ଅଭିମନ୍ୟୁ କବି ଶତପଥି !














