No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ ବୈପାରିଗୁଡା :- ବାରମ୍ବାର ଅଭିଯୋଗ କଲେ ମଧ୍ୟ ଥାନା କିମ୍ବା ଅବକାରୀ ବିଭାଗ ଆମ ସମସ୍ୟାକୁ ଗୁରୁତ ନ ଦେବା ରୁ ଆଜି ପୁଣି ଥରେ ବୈପାରିଗୁଡା ଥାନାକୁ ଆସି ଅଭିଯୋଗ କରିଛନ୍ତି ବୈପାରିଗୁଡା ବ୍ଲକର ଦଶମନ୍ତପୁର ଗ୍ରାମପଂଚାୟତର ପାବ୍ଲିଗୁଡା ଗ୍ରାମର ଶତାଧିକ ମହିଳା ଗୋଷ୍ଠୀ । ସେମାନେ କହିଛନ୍ତି ଯେ ବୈପାରିଗୁଡା ଥାନାକୁ ଜଣେ ନୂଆ ଅଧିକାରୀ ଆସିଥିବା ବେଳେ ଏହି ଅଧିକାରୀ ଜଣକ ଆମ ଗାଁ ର ସମସ୍ୟା ଗୁରୁତ ଦେଇ ବେଆଇନ ଭାବେ ବିକ୍ରି ଚାଲିଥିବା ମଦ କୁ ବନ୍ଦ କରିବେ ବୋଲି ସେମାନଙ୍କ ବିଶ୍ୱାସ ରହିଥିବା ସେମାନେ ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି । ଦୁଇ ଦୁଇ ଥର ସେମାନଙ୍କ ବିରୋଧରେ ଅଭିଯୋଗ କଲେ ମଧ୍ୟ ଚୋରା ମଦ ବ୍ୟବସାୟୀଙ୍କ ଉପରେ କୌଣସି ପ୍ରଭାବ ପଡୁନଥିବା ବେଳେ ମଦ ପିଇ ଗ୍ରାମର ଯୁବକ ମାନେ ଖରାପ ଦିଗକୁ ଗତି କରୁଥିବାର କହିଛନ୍ତି ।
କିଛି ମାସ ତଳେ ମଦବେପାରୀ ମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ମାର୍ଚ୍ଚ ମାସ ୫ ତାରିଖ ଦିନ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସିି ପ୍ରକାର ଆଖିଦୁଃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଯଦି ଆଗାମୀ ଦିନରେ ଗ୍ରାମରେ ମଦ ବନ୍ଦ ନ ହୁଏ ତେବେ ବୈପାରିଗୁଡା ଥାନା ଓ ଅବକାରୀ ବିଭାଗ ଘେରାଉ ପାଇଁ ଚେତାବନୀ ଦେଇଥିବାର ପ୍ରକାଶ କରିଛନ୍ତି ମହିଳା ଗୋଷ୍ଠୀ । ଖବର ନେବାରୁ ଜଣାପଡିଛି ଯେ ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଂଚାୟତର ପାବ୍ଲିଗୁଡା ଗ୍ରାମରେ ବେଆଇନ ଭାବେ ଜଣେ ମହିଳା ଦେଶୀ ମଦ ଓ ବିହାରୀ ମଦ ବିକ୍ରି କରୁଥିବା ବେଳେ ତାହା କୁ ବିରୋଧ କରି ଗ୍ରାମ ର ମହିଳା ଗୋଷ୍ଠୀ ମାନେ ଆଜି ବୈପାରିଗୁଡା ଥାନାରେ ଆସି ନୂତନ ଭାବେ ଯୋଗଦାନ କରିଥିବା ଡିଏସପି ବିରଂଚି ନାରାୟଣ ଜଗତ ଦେଖା କରି ଘଟଣା ବିଷୟରେ କହିଥିବାର ଜଣାପଡିଛି ।
ମହିଳା ମାନଙ୍କ କହିବା ମୁତାବକ ଦେଶୀ ମଦ ଓ ବିହାରୀ ମଦ ପାବ୍ଲିଗୁଡା ଗ୍ରାମରେ ବିକ୍ରି ହେବା ଯୋଗୁଁ ଘରେ ଘରେ ପ୍ରତିଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବା ସହିତ ବିଭିନ୍ନ ସମୟରେ ସ୍ୱାମୀ ମଦ ପିଇ ଗଣ୍ଡଗୋଳ କରୁଥିବା ସହ ଘର ଜିନିଷ ବିକ୍ରି ମଦ ପିଉଛନ୍ତି । ତେବେ ଏସମ୍ପର୍କରେ ବୈପାରିଗୁଡା ଥାନା ଅଧିକାରୀ ତଥା ଡିଏସପି ବିରଂଚି ନାରାୟଣ ଜଗତ ଙ୍କୁ ଯୋଗାଯୋଗ କରିବା ରୁ ସେଏ କହିଥିଲେ ଯେ ଘଟଣା ଉପରେ ନଜର ରଖାଯାଇ ଅତିଶ୍ରଘ ଚେରା ବେପାରୀ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
No Result
View All Result