No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ବରଗଡ଼ :- ପବିତ୍ର ଆକ୍ଷୟ ତୃତୀୟା ଉପଲକ୍ଷେ ନୂତନ ଟେଲିଫିଲ୍ମ ସଂକୀ କଳା ବିକାଶ ସମିତି ପକ୍ଷରୁ ସତଲମା ଗ୍ରାମରେ ମୁହୁର୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ପରିଷଦ ବରପାଲି ଅଧକ୍ଷ ଦିନେଶ ଗହିର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡା ନୀଳମାଧବ ସାହୁ, ସମ୍ମାନିତ ଅଥିତି, ବକ୍ତା ଭାବରେ ଚିତ୍ତରଞ୍ଜନ ସାହୁ ଓ ହର୍ଷ ବେହେରା ଯୋଗଦାନ କରିଥିଲେ l
କାର୍ଯ୍ୟକ୍ରମ କୁ ବିଭୁଦତ୍ତ ପଧାନ ପରିଚାଳନା କରିଥିବା ବେଳେ ସୁନୀଲ ସାହୁ ସହଯୋଗ କରିଥିଲେ l ଏହି ଅବସରରେ କଳାବିକାଶ ସମିତି ର ସମ୍ପାଦକ ଦେବେଶ ସାହୁ ଏହି ଅନୁଷ୍ଠାନ ଆଗକୁ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନ କୁ ଅଣିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଯୁବ କଳାକାର ଦୁଷ୍ମନ୍ତ ସାହୁ କଳା ମାଧ୍ୟମରେ ଲୋକଙ୍କ କିପରି ଆକୃଷ୍ଟ କରାଯିବ ବୋଲି ଆହ୍ୱାନ କରିଥିଲେ l

No Result
View All Result