No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ଠାରେ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ,ମୁଠି ଛୁଆଁ ଉତ୍ସବ ମହାସମାରୋହ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ମାଟି ମା ର ପୂଜା, ହଳ ନଙ୍ଗଳ ଧାନ ବୁଣା ଅତିଥି ମାନଙ୍କ ଦ୍ଵାରା ହେବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏଥିରେ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଯୋଜନା ର ସୁବିଧା ନେବାକୁ ଜିଲ୍ଲାପାଳ କହିଥିଲେ। ଚାଷ ଓ ଚାଷୀ ଉନ୍ନତି ହେଉ ବୋଲି ଅତିଥି ମାନେ କହିଥିଲେ। ସଭା କୁ ଜିଲ୍ଲା କୃଷି ଅଧିକାରୀ ପରିଚାଳନା କରିଥିଲେ । ସେହିପରି ଗାଇସିଲେଟ ବ୍ଳକ ତାଲପାଲି ଗ୍ରାମ ପଞ୍ଚାୟତର ସେମେଲମୁଣ୍ଡା ଗ୍ରାମରେ ରୀତିନୀତି ଅନୁସାରେ ପବିତ୍ର ଅକ୍ଷୀୟ ତ୍ରୃତୀୟା ତଥା ମୁଠି ଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜିଲ୍ଲା କୃଷକ ସଙ୍ଗଠନ ସମ୍ପାଦକ କିଶୋର ଚନ୍ଦ୍ର ଦେବତା, ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, ସରପଞ୍ଚ ଊର୍ମିଳା ସେଠ, ସମିତି ସଭ୍ୟା ମୀନତୀ ମାଝୀ ,କୃଷକ ସଙ୍ଗଠନ ସଭାପତି ଚୈତନ୍ୟ ସାହୁ, ଲୋଚେନ୍ଦ୍ର ସାହୁ, ସରୋଜ ପୁଟେଲ, ପ୍ରଶାନ୍ତ ସାହୁ,ଓକିଲ କରେଇ, ଘାସିରାମ ପ୍ରଧାନ,ଗୌନ୍ତୀଆ ଟଙ୍କଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result