ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ନୂଆଗାଁ :-ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ସରପଞ୍ଚ ଗାୟତ୍ରୀ ବେହେରା ଙ୍କ ପ୍ରଚେଷ୍ଟା ଏବଂ ଭୂମିକା ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗାୟତ୍ରୀ ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ୫୦ ରୁ ଉର୍ଦ୍ଧ୍ବ ଲୋକ ଚକ୍ଷୁ ପରୀକ୍ଷା କରିଥିଲେ ।
ଏମାନଙ୍କ ମଧ୍ୟରୁ ୮ ଜଣ ଚକ୍ଷୁ ଅସ୍ତ୍ରୋପଚାର କରିବା ପାଇଁ ଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ଲୋକମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ର ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ରହି ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ସରପଞ୍ଚ ଗାୟତ୍ରୀ ବେହେରା ଙ୍କ ଏଭଳି ଜନ କଲ୍ୟାଣକାରୀ କାର୍ଯ୍ୟ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି ।