ପୁରୀ : ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ, ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳା ବିଜେ ପରେ ହେଲା ଅନୁକୂଳ ,ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ ମଧ୍ୟରେ ରଥ ନିର୍ମାଣ ଅନୁକୂଳ, ସୁନା ଓ ରୁପା କୁରାଢ଼ି ଛୁଆଁଇ ଅନୁକୂଳ ହେଲା ରଥ ନିର୍ମାଣ,ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରମ୍ପରା,
ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ପୁରୀ :- ରଥ ନିର୍ମାଣ ଅନୁକୂଳ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁ୍ଖରୁ ଆଜ୍ଞାମାଳ ବିଜେ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣର ହେବ ଶୁଭ ଅନୁକୂଳ । ପବିତ୍ର ଅକ୍ଷୟ ତୃତୀୟାରୁ ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯାଉଛି ।
ପବିତ୍ର ଅକ୍ଷୟ ତୃତୀୟାଠାରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କର ପବିତ୍ର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଛି । ବିଜେ ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପୀ ନନ୍ଦା ଓ ଭଦ୍ରା ନାମିତ ଚାପଡଙ୍ଗାରେ ନୌବିହାର କରିବା ସହ ଚନ୍ଦନ ମଣ୍ଡପକୁ ବିଜେ କରିଥାନ୍ତି ।
ଗୋଟିଏ ପଟେ ରଥ କାଠ ଅନୁକୂଳ ହୋଇଥିବାବେଳେ ଓ ଅନ୍ୟଟି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ରହିଛି । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ. ବିଶାଲ ସିଂ ଉପସ୍ଥିତ ଅଛନ୍ତି ।
ରଥ ନିର୍ମାଣ ଅନୁକୂଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଥିଲା । ସେପଟେ ଆଜିଠୁ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ ।














