ଜଟଣୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ରାଣୀପୁର ସ୍ଥିତ ବାପା ମା”ଙ୍କ ସେବାଶ୍ରମ ଠାରେ ୮୦ ତମ ସ୍ବାଧିନତା ଦିବସ ପାଳିତ ଅବସରରେ ଏକ କାର୍ଯ୍ୟକ୍ରମରେ ବହୁ ସାମାଜିକ ସଂଗଠନ ଓ ସାମାଜିକ କର୍ମୀ ମାନଙ୍କୁ ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା ସମ୍ବର୍ଦ୍ଧିତ କରିଥିଲେ l ସେଥିମଧ୍ୟରୁ “ମୋ ପରିବାର” ଥିଲା ଅନ୍ୟତମ l ଉକ୍ତ କାର୍ଯ୍ୟକ୍ରମରେ”ମୋ ପରିବାର”ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ l

ପ୍ରଥମେ ଆଶ୍ରମ ଭିତରେ ଉପସ୍ଥିତ ଥିବା ସମସ୍ତ ବୃଦ୍ଧା ବାପା ମା’ଙ୍କ ସହିତ ବହୁତ ସମୟ ତାଙ୍କ ଦୁଃଖ ଓ ସୁଖ ବିଷୟରେ ବୁଝିବା ସହିତ କଥା ମଧ୍ୟରେ ବହୁତ ହସ ଫୁଟାଇ ପାରିଥିଲେ l ଶ୍ରୀ ଶତପଥୀ ନୀତି,ନୀୟମ ଏବଂ ଆଦର୍ଶ ବିଷୟରେ କହି ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ ସେ ବିଷୟରେ















