ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ପୃଥକ ପୃଥକ ସଡକ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ୫ ରୁ ଉର୍ଦ୍ଧ ଗୁରୁତର ଭାବେ ଆହାତ ହୋଇଥିବା ବେଳେ ଅନେକ ଲୋକେ ଆହାତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ତେବେ ବୋରିଗୁମ୍ମା ବ୍ଲକର ଜୟନ୍ତୀଗିରି ଅଂଚଳର ବାଲଦା ଗ୍ରାମର ୪୦ ଜଣ ଲୋକେ ବାହାରି ଗୁପ୍ତେଶ୍ୱର ପୀଠକୁ ଦର୍ଶନ କରିବା ପାଇଁ ଯାଉଥିବା ବେଳେ ବୈପାରିଗୁଡା ବ୍ଲକର
ହଳଦୀକୁଣ୍ଡ ପଂଚାୟତର ଚଢେଇପାଣି ଗାଁ ପାଖରେ ଥିବା ବିଜ୍ର ପାଖରେ ପିକଅପ ଭ୍ୟାନ ଓଲଟି ପଡିଯିବାରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ସେହି ଘଟଣାରେ ୧୦ ରୁ ଉର୍ଦ୍ଧ ଲୋକେ ଆହାତ ହୋଇ ପ୍ରଥମେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହେବା ପରେ ଗୁରୁତର ହେବାରୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସ ପରେ ଜିଲ୍ଳା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।
ଆହାତ ବ୍ୟକ୍ତ ମାନେ କହିବା ଅନୁସାରେ ଗୁପ୍ତେଶ୍ୱର ପୀଠକୁ ଦର୍ଶନ କରିବା ପାଇଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ନଂ ଓଡି ୨୪ ବି ୧୧୦୮ ଚଢେଇପାଣି ଗାଁ ପାଖରେ ପୋଲ ତଳକୁ ଖସି ଯାଇଥିଲା । ବୈପାରିଗୁଡା ପୋଲିସ ଦୁର୍ଘଟଣା ଜନିତ ଖବର ପାଇବା ମାତ୍ର ଡିଏସପି ପ୍ରୋବେସନ୍ ବିରଂଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଚଢେଇପାଣି ଯାଇ ଘଟଣାର ତଦନ୍ତ କରୁଥିବାର ଜଣାପଡିଛି ।
ସେହି ପରି ଭାବେ ଚିପାକୁର ପଂଚାୟତରୁ ୧୦ ରୁ ଉର୍ଦ୍ଧ ହିତାଧିକାରୀ ମାନେ ଏକ ଟାଟା ମେ୍ଜିକ ଭ୍ୟାନ ଗାଡିରେ ପିଡିଏସ ଚାଉଳ ନେଇ ଯାଉଥିବା ବେଳେ ଡଙ୍ଗରଧାରା ପାଖରେ ଗାଡି ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବା ଫଳରେ ଗାଡି ଭିତରେ ବସି ଥିବା ୧୦ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥ୍ୟାରେ ରହିଥିବା ବେଳେ ଆଉବାକି ଆହାତ ହୋଇଛନ୍ତି । ତେବେ ସେହି ରାସ୍ତା ଦେଇ ଚିପାକୁର ସରପଂଚ ରାଜୁ ଖିଲ ଯାଉଥିବା ବେଳେ ଦୁର୍ଘଟଣା ଦେଖି ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଫୋନ କରିବା ସହ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଗାଡି ନଥିବାରୁ ଶେଷରେ ଏକ ଅଟୋକୁ ଫୋନ କରି ଡାକି ସମସ୍ତ ଆହାତ ମାନଙ୍କୁ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତି କରିଥିଲେ ।
ଚାଳକ ବୃଦ୍ଧିବଳରେ ଅଟୋଟିକୁ ଆୟତ କରିବାରୁ ବଡ ଧରଣର ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି । ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା , ଡିଏସପି ପ୍ରୋବେସନ୍ ବିରଂଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ରାମଗିରି ଯାଇ ଆହାତ ମାନଙ୍କୁ ଦେଖି ଘଟଣାର ତଦନ୍ତ ଚଲାଇଥିବାର ଦେଖିବାକୁ ମିଳିଛି ।