No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ବରଗଡ଼ :- ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଥିବା ଡିଇଆଇସି କେନ୍ଦ୍ର ଠାରେ ଆଜି ୮୦ ଜଣ ଶିଶୁ ଙ୍କୁ ମାଗଣା ବିଭିନ୍ନ ପ୍ରକାରର ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁ ଚରଣ ଦାସ, ମେଡିକାଲ ଅଫିସର ଡାକ୍ତର ମନୋଜ କୁମାର ଅଦାବର ଉପସ୍ଥିତ ଥିଲେ ।
ସରକାରଙ୍କ ରାଷ୍ଟ୍ରୀୟ ଶିଶୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ୍ମଗତ ତ୍ରୁଟି ଥିବା ଶିଶୁମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ର ପରିଚାଳକ ରାଜ କୁମାର ଗୁପ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
No Result
View All Result