No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ବରଗଡ଼ :- ସର୍ବ ଭାରତୀୟ ସ୍ତରରେ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ପ୍ରତିବର୍ଷ ବିଜ୍ଞାନ ବିଷୟରେ ଗବେଷଣାର ଭିତ୍ତିଭୂମିର ପ୍ରସ୍ତୁତି ପାଇଁ *ଚାଣକ୍ୟ ଫେଲୋସିପ* ପ୍ରଦାନ କରାଯାଇଥାଏ । ଉକ୍ତ ଫେଲୋସିପ ନିମନ୍ତେ ମନୋନୀତ ହୋଇଥିବା ଦେଶର ବଛା ବଛା ବିଜ୍ଞାନ ଅନୁଷ୍ଠାନର ପନ୍ଦର ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ “ନାଇଜର”ର ଏକମାତ୍ର ଛାତ୍ର ସନ୍ତୋଷ ସୈାରଭ ସାହୁ ସପ୍ତମ ସ୍ଥାନରେ ରହି ଚଳିତ ବର୍ଷ ୨୦୨୨ ପାଇଁ ଉକ୍ତ ଫେଲୋସିପ ପାଇବାକୁ ମନୋନୀତ ହୋଇଛନ୍ତି ।
ନାଇଜର ର ଫିଜିକ୍ସ ପ୍ରଫେସର ଡକ୍ଟର ଶୁଭଙ୍କର ବେଦାନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ *ସ୍ପିନ୍* *ସିବେକ୍ ଇଫେକ୍ଟ* ଶୀର୍ଷକ ବିଷୟବସ୍ତୁରେ ଛ’ ମାସ ମଧ୍ୟରେ ସେ ତାଙ୍କର ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରିବେ ଓ ଏଥିପାଇଁ ତାଙ୍କୁ ଷାଠିଏ ହଜାର ଟଙ୍କାର ଫେଲୋସିପ୍ ସରକାର ଙ୍କ ତରଫରୁ ପ୍ରଦାନ କରାଯିବ । ତାଙ୍କର ସଫଳତା ପାଇଁ ‘ନାଇଜର’ର କୁଳସଚିବ ଡକ୍ଟର ଅଭୟ କୁମାର ନାୟକ,ଡିନ୍ ଡକ୍ଟର ପ୍ରଣୟ ସ୍ଵାଇଁ ,ମାର୍ଗ ଦର୍ଶକ ଡକ୍ଟର ଶୁଭଙ୍କର ବେଦାନ୍ତ ତଥା ଅଧ୍ୟାପକ/ଅଧ୍ୟାପିକା ଓ ସହପାଠୀ ଗଣ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପୂର୍ବରୁ ସେ ତାଙ୍କର ଗବେଷଣାଧର୍ମୀ ପ୍ରବନ୍ଧ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ମାନ ସାହୁ ବରଗଡ଼ର ରୋଟାରୀ ପବ୍ଲିକ ସ୍କୁଲ ଓ ବରପାଲିର ଲିଟିଲ୍ ଏଞ୍ଜେଲ୍ସ ପବ୍ଲିକ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ସମ୍ପ୍ରତି ନାଇଜର ରେ ଅଧ୍ୟୟନ ରତ ଅଛନ୍ତି । ସେ ବରଗଡ଼ର ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ବିଣାପାଣି ସାହୁଙ୍କ ଏକମାତ୍ର ପୁତ୍ର ଅଟନ୍ତି ।

No Result
View All Result