No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୧ ମଇ ରବିବାର/ଭୁବନେଶ୍ୱର :- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଗୀତଗୋବିନ୍ଦର ରଚୟିତା ଭକ୍ତକବି ଜୟଦେବଙ୍କ ଜୟନ୍ତୀ ଆଗାମୀ ମଇ 3 ତାରିଖ ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲିଙ୍କ ସମେତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବାଲିଅନ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ , ଜୟଦେବ ପଞ୍ଚାୟତର ସରପଞ୍ଚଙ୍କ ସମେତ ଅନ୍ୟ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ଓ ଭୁବନେଶ୍ୱର ଉପଖଣ୍ଡର ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକର ନିଷ୍ପତ୍ତି ଅନୁସାରେ ରୌଦ୍ରତାପକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭୁବନେଶ୍ୱରରୁ ଆରମ୍ଭ ହେଉଥିବା ସଂକୀର୍ତ୍ତନ ପଦଯାତ୍ରା ବ୍ୟତୀତ ଜୟଦେବ ଜୟନ୍ତୀ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଗାମୀ ମଇ 3 ତାରିଖରେ ଜୟଦେବ ପୀଠ କେନ୍ଦୁବିଲ୍ଵ ଠାରେ ଜୟଦେବଙ୍କ ଜୟନ୍ତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l 4 ତାରିଖରେ ଏଠାରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ପୀଠ ଠାରେ 3 ତାରିଖରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, ଖୋର୍ଦ୍ଧା ତରଫରୁ ଓଡିଶୀ ସଂଗୀତ, ଓଡିଶୀ ନୃତ୍ୟ ଆଦି ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ନେଇ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ, ତହସିଲ ପ୍ରଶାସନକୁ ଅନୁରୋଧ କରାଯାଇଛି l
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର, ଭକ୍ତକବି ଜୟଦେବଙ୍କ କୃତି ଓ ଓଡିଶାର ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଜୟଦେବଙ୍କ ପବିତ୍ର ଜନ୍ମପୀଠ ଏବଂ ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ପୀଠ ଠାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ଜିଲ୍ଲା ପ୍ରଶାସନର ସହଯୋଗ ରହିବ ବୋଲି କହିଥିଲେ l ତତ୍ ସହିତ ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଜୟଦେବ ପୀଠର ବିକାଶ ବିକାଶ ପାଇଁ ପଦକ୍ଷେପ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ l ସ୍ଥାନୀୟ ପଂଚାୟତ ସମିତି, ସରପଞ୍ଚ, ସ୍ଥାନୀୟ ସଂସ୍କୃତିକ ଅନୁଷ୍ଠାନ ଓ ଜନସାଧାରଣ ସମସ୍ତଙ୍କ ସହଯୋଗରେ ଏଥର ଜୟଦେବ ଜୟନ୍ତୀ ଅନୁଷ୍ଠିତ ହେବାନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କୋଭିଡ କଟକଣା କୋହଳ ହେବାପରେ ସଂକୀର୍ତ୍ତନ ଯାତ୍ରା କରାଯାଇପାରୁନଥିବା ସତ୍ତ୍ୱେ ସ୍ଥାନୀୟ ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି l
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ବାଲିପାଟଣା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧକାରୀ, ବାଲିଅନ୍ତା, ତହସିଲଦାର ବାଲିଅନ୍ତl ଓ ବାଲିପାଟଣା, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର,ୱାଟକୋର ନିର୍ବାହୀ ଯନ୍ତ୍ରୀ, ଏବିଡିଓ, ବାଲିଅନ୍ତାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ, ଜୟଦେବ ସରପଞ୍ଚ, ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରଥିଲେ ।
No Result
View All Result