ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର /ବରଗଡ଼ :- ନୂଆଦିଲ୍ଲୀ ରୁ ପ୍ରକାଶିତ ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଆଜି ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବରଗଡ଼ ଜିଲ୍ଲା କୁ କୃଷି କ୍ଷେତ୍ରରେ ସର୍ବୋତ୍ତମ ଓ ଭିତ୍ତିଭୂମି ର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉକ୍ତ ଉତ୍ସବ ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତି ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।














