No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର /ବରଗଡ :- ହେ ବରପୁତ୍ର ଓଡ଼ିଶା ମାଟିର ତୁମକୁ କୋଟି ପ୍ରଣାମ… ଗୀତ ର ମୂର୍ଚ୍ଛନା ରେ ଉଦ୍ଭାସିତ ହୋଇ ଉଠିଥିଲା ଆଜି ଜିଲ୍ଲା ଓକିଲ ସଂଘ ର ପ୍ରେଖ୍ୟାଳୟ। ପବିତ୍ର ଆଇନଜୀବୀ ଦିବସ ତଥା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ସମାରୋହ ରେ ବରଗଡ ଜିଲ୍ଲା ଓ ଦୌରାଜଜ ଶ୍ରୀ ଅସୀମ ଦଳବେହେରା ମୁଖ୍ୟ ଅତିଥି ଓ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ଶ୍ରୋତଶ୍ଵିନି କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଶ୍ରୀ ଦଳ ବେହେରା ଓକିଲ ସଂଘ ପରିସରରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ସଙ୍ଘ ର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ପ୍ରସ୍ତୁତ ସଂଘ ର ପ୍ରାଚୀର ପତ୍ର ନ୍ୟାୟଶିଖା କୁ ଉନ୍ମୋଚନ କରିଥିଲେ ।

ସଂଘ ର ସମ୍ମିଳନୀ କକ୍ଷରେ ଜିଲ୍ଲା ଓକିଲ ସଂଘ ର ସଭାପତି ଚନ୍ଦ୍ରଧ୍ଵଜ ଜାଲ ଙ୍କ ସଭାପତିତ୍ବ ରେ ଓ ସାଧାରଣ ସମ୍ପାଦକ ହରିହର ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଜୟନ୍ତୀ ସମାରୋହ ରେ ଶ୍ରୀ ଦଳବେହେରା ଓ ଶ୍ରୀମତୀ କର ମା ସମଲେଶ୍ଵରୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ପରେ ବୁଦ୍ଧଦେବ ବାରିକ ଙ୍କ ସଂଯୋଜନା ତଥା କୁଳମଣି ଭୋଷାଗର ଓ ତୁଲାରାମ ମହାନନ୍ଦ ଙ୍କ ସଙ୍ଗୀତ ରେ ଶୁଭଲକ୍ଷ୍ମି ଦାଶ, ସବନମ ଦାଶ ଓ ଆଁଚଲ ଚୌଧରି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଓକିଲାତି ରେ ୩୫ ବର୍ଷ ରୁ ଉର୍ଦ୍ଧ୍ବ ସଂଘ କୁ ସେବା ଦେଇଥିବା ବରିଷ୍ଠ ଆଇନଜୀବୀ ପଞ୍ଚାନନ ମିଶ୍ର , ଯଜ୍ଞେଶ୍ୱର ସାହୁ, ମଧୁସୂଦନ ପଣ୍ଡା,

ଅଶ୍ଵିନୀ ଦାଶ, ଶ୍ରୀଧର ସାହୁ,ରୁଦ୍ର ପ୍ରତାପ ପଣ୍ଡା,ରମେଶ ଚନ୍ଦ୍ର ନନ୍ଦ,ସୁଶିଲ କୁମାର ମିଶ୍ର,ଓ ସୁକାନ୍ତ ଦାଶ ଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ପକ୍ଷରୁ ଉଭୟ ଅତିଥି ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ର ଉପ ସଭାପତି ହେମନ୍ତ ପୁରୋହିତ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀ ଏସ. ମୁରଲୀଧର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ର ସମସ୍ତ ଜିଲ୍ଲା ର ନ୍ୟାୟଧିକାରୀ,ଓକିଲ ମାନଙ୍କୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ରେ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ନ୍ୟାୟିକ ଯୋଜନା ସମ୍ପର୍କରେ ଅବତାରଣା ଦେଇଥିଲେ ।

No Result
View All Result