No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ବରଗଡ :- ବରଗଡ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସଂସଦ ର ଆଜୀବନ ସଦସ୍ୟ ତଥା ରାଜନେତା ସ୍ବର୍ଗତ ପ୍ରଫୁଲ୍ଲ ଆଚାର୍ଯ୍ୟ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ପ୍ରଥମେ ସ୍ବର୍ଗତ ଆଚାର୍ଯ୍ୟ ଓ କ୍ରୀଡା ସଂସଦ ର ଉପ ସଭାପତି ଯୁଗଳ ପ୍ରସାଦ ସିଂ ଙ୍କ ମାତା ସ୍ବର୍ଗତା ଉଷା ପ୍ରସାଦ ସିଂ (ସ୍ବର୍ଗତ ଧର୍ମରାଜ ପ୍ରସାଦ ସିଂ ଙ୍କ ଧର୍ମପତ୍ନୀ ) ଙ୍କ ସ୍ମୃତି ନୀରବ ପ୍ରାର୍ଥନା କରାଯାଇଥିଲା ।

ସଭାରେ ଉପସ୍ଥିତ କର୍ମକର୍ତା ମାନେ ଉଭୟ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ସଂସଦ ର କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଇଣ୍ଡୋର ଗେମ୍ସ ସମ୍ପାଦକ ରବି ପଣ୍ଡା, ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, ଫୁଟବଲ ସମ୍ପାଦକ ସେକ ଶବ୍ଦର, ପୁର୍ବତନ ଫୁଟବଲ ସମ୍ପାଦକ ଜ୍ଞାନ ରଞ୍ଜନ ପୂଜାରୀ, ପଞ୍ଚାନନ ପାତ୍ର,ଅମିୟ ଶର୍ମା, ରାକେଶ ସିଂ, ଆଶିଷ ତ୍ରିପାଠୀ, ଅମିତ୍ ସାହୁ ଓ ବହୁ ଫୁଟବଲ ଏବଂ କ୍ରିକେଟ ଖେଳାଳି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

No Result
View All Result