ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ଶରଣକୁଳ :- କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଭା. ପ୍ର.ସେ. ପୂର୍ବାହ୍ନ ୯ଘଟିକା ସମୟରେ ନୟାଗଡ଼ ପହଁଚି ସର୍ବପ୍ରଥମେ ଶରଣକୁଳ ଲଡୁବାବାଙ୍କୁ ଦର୍ଶନ କରିଥିଲେ । ଏହାପରେ ଓଡ଼ଗାଁ ଗସ୍ତ କରି ଶ୍ରୀ ରଘୁନାଥଙ୍କୁ ମଧ୍ୟ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । ପରେ ପରେ ଦିବା ଘ.୧୦.୩୦ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନୂତନ ଭାବେ ନିର୍ମିତ ହୋଇଥିବା କମ୍ପ୍ୟୁଟର ଲ୍ୟାବର ଶୁଭ ଉଦ୍ଘାଟନ କରିବା ସହ ଏହାକୁ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହା ପରେ ସମସ୍ତ ବିଭାଗୀୟ କାର୍ଯ୍ୟାବଳୀର ପୁଙ୍ଖାନୁପୁଙ୍ଖ ସମୀକ୍ଷା କାର୍ଯ୍ୟ ଆରମ୍ଭ କରିଥିଲେ । ବିଶେଷ କରି ଇ-ଅଭିଯୋଗ, ୫ଟି ଏବଂ ରାଜସ୍ୱ ଉପରେ ସମୀକ୍ଷା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜନସାଧାରଣଙ୍କୁ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବାକୁ ଠିକ୍ ସମୟରେ ଯୋଗାଇ ଦେବା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟାକୁ ସମୀକ୍ଷା କରି ସେ ଏହା ଉପରେ ସନ୍ତୋଷ ପ୍ରକାଶ କରିଥିଲେ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁ ଭା.ପ୍ର.ସେ., ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଓ.ପ୍ର.ସେ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ଓ.ପ୍ର.ସେ., ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଓ.ପ୍ର.ସେ., ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଡ କଲେକ୍ଟର , ଜିଲ୍ଲାସ୍ତରୀୟ ଅଧ୍ୟାକାରୀମାନେ ଅଂଶ ଗ୍ରହଣ କରିଥିଲେ ।














