No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ପଦ୍ମପୁର :- ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁର ଜଣାଶୁଣା ଚିତ୍ରଶିଳ୍ପୀ ନରେନ୍ଦ୍ର ବରିହାଙ୍କ ପୁଅ ଓମ ଅଙ୍କିତ ବରିହା ନିଜ ଗାଁ ତଥା ଅଞ୍ଚଳ ପାଇଁ ଗୈାରବ ଆଣି ଦେଇଛନ୍ତି । ନିକରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ଵରଠାରେ ଆୟୋଜିତ ଆଦିବାସୀ ଚିତ୍ରକଳା ପ୍ରତିଯୋଗୀତାରେ ଯୁଗ୍ମ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ।
ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପଦ୍ମପୁର ସ୍ଥିତ ଜୟଦେବ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷରେ ଅଧ୍ୟୟନରତ ଓମ ନିଜ ବାପାଙ୍କୁ ଆଦର୍ଶ ମାନନ୍ତି ଓ ଭବିଷ୍ୟତରେ ସୁଯୋଗ ମିଳିଲେ ଅନେକ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

No Result
View All Result