No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୨ ଏପ୍ରିଲ, ଶୁକ୍ରବାର / କୋରାଇ :- ଆୟୁଷ୍ମମାନ ଭାରତ ଯୋଜନା ଅଧିନରେ ସାରା ଓଡିଶାର ୩୧୪ଟି ବ୍ଲକରେ ଗତ ୧୭ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଅନୁଷ୍ଠିତ ହୋଇଛି । ଏହି କ୍ରମରେ କୋରାଇ ବ୍ଲକ ରେ ଅନୁଷ୍ଠିତ ଏହି ମେଗା ସ୍ୱାସ୍ଥ୍ୟ ମେଳା ତୁଳତି ଉଚ୍ଚବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଛି । ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥିଭାବେ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ । ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ହିଁ ଜୀବନ । ତେଣୁ ଆମେମାନେ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେବା ଜରୁରୀ ହୋଇଥିଲା ବେଳେ ସରକାରଙ୍କ ପକ୍ଷରୁ ଏହି ସ୍ୱାସ୍ଥ୍ୟଶିବିର କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ବଳ ମତବ୍ୟକ୍ତ କରିଥିଲେ ।
କୋରାଇ ଗୋଷ୍ଠୀ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିପ୍ରକାଶ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ବକ୍ତାଭାବେ ଜିଲା ଅତିରିକ୍ତ ସ୍ୱାସ୍ଥ୍ୟାଧିକାରୀ(ଭିବିଡି) ପ୍ରଦୀପ କୁମାର ସାହୁ, ସ୧ାନିତ ଅତିଥିଭାବେ ୧ନମ୍ବର ଜିଲାପରିଷଦ ସଭ୍ୟା ସସ୍ମିତା ତରାଇ, କୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁଶେଖର ବଳ, ତୁଳତି ସରପଂଚ ନିରୂପମା ମଲ୍ଲିକ, ବ୍ଲକ ଶିକ୍ଷାମଣ୍ଡଳ ଧିକାରୀ ସୁଦର୍ଶନ ମଲ୍ଲିକ, ପିଏଚ୍ଓ ଭାରତୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିପିଏମ୍ ସୁପ୍ରିୟା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ଏହି ଶିବିରରେ ମୋଟ ୧୦୮୧ଜଣ ରୋଗୀଙ୍କ ନାମ ପଞ୍ଜିକୃତ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ରୋଗ ସମ୍ବନ୍ଧୀୟ ମାଗଣା ଔଷଧ ଦିଆଯାଇଥିଲା ।
ଶିବିରରେ ମୁଖ୍ୟତଃ ଭେଷଜ ବିଶେଷଜ୍ଞ, ଚକ୍ଷୁ, ଦାନ୍ତ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, କୁଷ୍ଠ, ଯକ୍ଷ୍ମା, ମ୍ୟାଲେରିଆ, ଫାଇଲେରିଆ ଆଦି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଚିକିତ୍ସାରେ କରିଥିଲେ । ଏଥି ସହିତ ଶିବିରରେ ଯୋଗ ଶିବିର, ଅଙ୍ଗ ପ୍ରତ୍ୟେଙ୍ଗ ଦାନ, ଜନ୍ମ ନିୟବଣ ପରାମର୍ଶ କେନ୍ଦ୍ର, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମେତ ହୋମିଓ ପାଥିକ, ଆର୍ୟୁବେଦିକ ବିଭାଗ ଅଭିଜ୍ଞ ଡାକ୍ତର ଉପସ୍ଥିତ ରୋଗୀଙ୍କୁ ଚିକିତ୍ସା କରିବ ପୂର୍ବକ ଅବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ । ଏତ୍ଦଭିନ୍ନ ଯେଉଁମାନେ ସ୍ୱତଷ୍ପୃତ ଭାବେ ଅଙ୍ଗଦାନ କରିବାର ପାଇଁ ଇଚ୍ଛା ପ୍ରକଟ କରି ବ୍ୟକ୍ତିମାନଙ୍କ ନାମ ପଞ୍ଜିକୃତ କରାଯାଇଥିଲା ।
ଶିବିରକୁ ବାମପ୍ରତାପ ପୃଷ୍ଟି, ସ୍ୱାସ୍ଥ୍ୟ କର୍ମୀ ରଶ୍ମିରଞ୍ଜନ ପରିଡ଼ା, ପ୍ରସନ୍ନ କୁମାର ଜେନା, ବିକାଶ ମହାପାତ୍ର, ଜିତେନ୍ଦ୍ର ଖଣ୍ଡାଇ, ଧର୍ମେନ୍ଦ୍ର ଓଝା, ସୁନାରାମ ଟୁଡ଼ୁ, ବ୍ରଜକିଶୋର ମୁଣ୍ଡା, ସୁପରଭାଇଜର ରଞ୍ଜନ କୁମାର ବେହେରା, ଧନେଶ୍ୱର ମହାନ୍ତି, ବିଧାୟକଙ୍କ କୋରାଇ ବ୍ଲକ ପ୍ରତିନିଧି ତାରକେଶ୍ୱର ମହାନ୍ତି ଓ କୋରାଇ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଅଥୟକୁମାର ମହାନ୍ତି ପ୍ରମୁଖ ଉପସ୍ଥିତରହି ପରିଚାଳନାରେ ସହଯୋଗ କରିଥିଲେ । ବୈତରଣୀରୋଡ ଅଗ୍ନିଶମ ବିଭାଗ ଓ କୋରାଇ ଥାନା ପୁଲିସ ଉପସ୍ଥିତ ରହି ଶିବିରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା ।

No Result
View All Result