• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ବଳକା ରାଜ୍ୟ ଓ ଗୁଣାତ୍ମକ ମାନ ବୃଦ୍ଧି ହାସଲ ଆମର ଲକ୍ଷ୍ୟ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
April 23, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ବଳକା ରାଜ୍ୟ ଓ ଗୁଣାତ୍ମକ ମାନ ବୃଦ୍ଧି ହାସଲ ଆମର ଲକ୍ଷ୍ୟ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
Share on FacebookShare on TwitterWhatsapp

ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍  /୨୨ ଏପ୍ରିଲ, ଶୁକ୍ରବାର / ଭୁବନେଶ୍ୱର :- ୨୦୨୨ କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍‌ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ    କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ ା ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍‌ ବୈଠକକୁ ଉଦ୍‌ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତପ୍ରକାଶ କରିଛନ୍ତି ।

ନିଯୁକ୍ତି ସଂକଟର ସମାଧାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହିଁ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । କୃଷି ଓ ଉଦ୍ୟାନ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବା ଲକ୍ଷ୍ୟରେ କୃଷକ ଉତ୍ପାଦକ ସଂଗଠନ ଓ ଅଗ୍ରଣୀ କୃଷି ଉଦ୍ୟୋଗ କର୍ପୋରେଟ୍‌ ସଂସ୍ଥା ମଧ୍ୟରେ ନିରନ୍ତର ଆନୁଷ୍ଠାନିକ ବିପଣନ ସଂଯୋଗ ସ୍ଥାପନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକ ଏକ ବଳିଷ୍ଠ ପଦକ୍ଷେପ । ଓଡ଼ିଶା କୃଷି ସମାବେଶ ୨୦୨୧ର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆୟୋଜିତ ଏହି ବୈଠକରେ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଘରୋଇ ସଂସ୍ଥାମାନଙ୍କୁ ଲକ୍ଷ୍ୟ ହାସଲର ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି ।

ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ (FPO) ନୀତି ୨୦୧୮ ପ୍ରଣୟନ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରୂପେ ଉଭା ହୋଇଛି ଯେଉଁଥିରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହିତ ତଥା ଶକ୍ତିଶାଳୀ କରିବାର ବ୍ୟବସ୍ଥା ଅଛି । ବର୍ତ୍ତମାନ ରାଜ୍ୟରେ ପିକେଭିୱାଇ, ଆର୍‌କେଭିୱାଇ, ଏମ୍‌ଆଇଡିଏଚ୍‌, ଓଡ଼ିଶା ମିଲେଟ୍‌ ମିଶନ, କୃଷି ଉତ୍ପାଦନ ପୁଞ୍ଜ, କେନ୍ଦ୍ରୀୟ ଯୋଜନା (୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପ୍ରୋତ୍ସାହନ) ଇତ୍ୟାଦି ଜରିଆରେ ୬୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦିଆଯାଉଛି ା ନିରନ୍ତର ଉତ୍ସ ମଡେଲ୍‌ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଘରୋଇ ସଂସ୍ଥାମାନଙ୍କ ସହ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ନିୟୋଜିତ କରୁଛନ୍ତି ।

ଭିତ୍ତିୂଭୂମି ପାଇଁ ନିବେଶ, ମୂଲ୍ୟଯୋଗ, ଗୁଣବତ୍ତା ବୃଦ୍ଧି ଏବଂ ଉଚିତ ବଜାର ସଂଯୋଗୀକରଣ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହୋଇପାରିବ । କୃଷକମାନଙ୍କ ଆୟବୃଦ୍ଧି ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ, ଉତ୍ପାଦନ ପୁଞ୍ଜର ଦୃଢ଼ୀକରଣ ଏବଂ ମୂଲ୍ୟଯୋଗ ପାଇଁ ଯୋଜନାର ସମ୍ମିଶ୍ରଣ ମାଧ୍ୟମରେ କୃଷି ବିପଣନ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି । ଘରୋଇ ସଂସ୍ଥା ବଜାର ଚାହିଦା ସୂଚାଇବା ମାତ୍ରେ ରାଜ୍ୟ ସରକାର ବଜାର ଚାହିଦା ମୁତାବକ ବଜାରଭିତ୍ତିକ ପୁଞ୍ଜ ପ୍ରତିଷ୍ଠା କରି ଉତ୍ପାଦନ ପ୍ରଣାଳୀକୁ ସୁପ୍ରବାହୀ କରିବା, ଯୋଗାଣରେ ନିରନ୍ତରତା ଓ ଗୁଣବତ୍ତା ନିଶ୍ଚିତ କରିବା ପାଇଁ କୃଷକ ଉତ୍ପାଦକ ସଂଗଠନର ଦକ୍ଷତା ବୃଦ୍ଧି କରିବାକୁ ସମ୍ମିଳିତ ପଦକ୍ଷେପ ନେବାକୁ ଯାଉଛନ୍ତି ।

ଓଡ଼ିଶା ମକା, ମିଲେଟ୍‌, ସୁଗନ୍ଧିତ ଚାଉଳ, କପା, ହଳଦୀ, ଲଙ୍କା, ଅଦା, ଲେମ୍ବୁ, ତରଭୂଜ, ଲେମନଗ୍ରାସ୍‌, କିଆ, ଆମ୍ବ, କାଜୁବାଦାମ, କଫି, କନ୍ଦମୂଳ, ବାଇଗଣ, ଟମାଟୋ, ଭେଣ୍ଡି ଓ ପିଆଜ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବେ ଉଭା ହୋଇଛି । ସବୁଜ ବିପ୍ଳବ ପରେ ଉତ୍ପାଦନଭିତ୍ତିକ କୃଷି ଆପଣେଇ ଖାଦ୍ୟଶସ୍ୟ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛି । ଏହି ବୈଠକରେ ଅନ୍ୟତମ ଅତିଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା କହିଥିଲେ ଯେ କୃଷକମାନଙ୍କୁ ଦର କଷିବା ଶକ୍ତି ଯୋଗାଇବା ନିମନ୍ତେ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ । ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ବଳକା ଉତ୍ପାଦ ଉପରେ ସୂଚନା ଦେଇଥିଲେ ଏବଂ ପୂରା ଅଧିବେଶନରେ ସଂଯୋଜନା କରିଥିଲେ ।

ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଂଜନା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃର୍ତ୍ତିକା ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ତଥା ଓର୍‌ମାସ୍‌ର ଅଧିକାରୀ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ଅଧିକାରୀ, ଆପିକଲ୍‌ର ପରିଚାଳନା ନିର୍ଦେଶକଙ୍କୁ ବୈଠକରେ ସାମିଲ କରାଯାଇଥିଲା । ୨୪ଟି ଘରୋଇ ସଂସ୍ଥାର ଆନୁଷ୍ଠାନିକ କ୍ରେତା ଯଥା ଆଇଟିସି, ବିଗ୍‌ ବାସ୍କେଟ୍‌, ମଦର ଡାଇରୀ, ଡି-ହାଟ୍‌, ଇଣ୍ଡିଆନ୍‌ ଓସିନ୍‌ ଗ୍ରୁପ୍‌ ଏଥିରେ ଯୋଗଦେଇଥିଲେ । ଆନୁଷ୍ଠାନିକ କ୍ରେତା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ୧୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କ୍ରୟ ଓ ବିପଣନରେ ନିୟୋଜିତ ୯ଟି କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

June 27, 2026
ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

ତୁରେକେଲାରେ ପିତାମାତାଙ୍କୁ ଆକ୍ରମଣ : ଅଭିଯୁକ୍ତ ପୁଅକୁ ଜେଲ

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version