କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଗଇନ୍ଦିମାଲ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ପୁଲିସ ସୂଚନା ଅନୁସାରେ, ଗଇନ୍ଦିମାଲ ଗ୍ରାମର ଘୋଷରଥ ରାଉତ (୨୯) ନିଜ ପିତାମାତାଙ୍କୁ ସୋମବାର ରାତିରେ ଆକ୍ରମଣ କରିଥିଲେ I

ପିତାମାତାଙ୍କ ଥାନାରେ ଅଭିଯୋଗ କ୍ରମେ ପୁଲିସ ଘୋଷରଥଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି I ଜାମିନ ନାମଞ୍ଜୁର ହେବାରୁ ସ୍ଥାନୀୟ ଜେଲ ହାଜତକୁ ପଠାଯାଇଥିବା ଆଇଆଇସି ରାକେଶ କୁମାର ବେହେରାଙ୍କଠାରୁ ପ୍ରକାଶ I














