• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

Proprietor Abhimanyu Maharana by Proprietor Abhimanyu Maharana
April 22, 2022
in ଓଡ଼ିଶା, ମହାନଗର, ହୋମ୍
0
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ଭୁବନେଶ୍ୱର :- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତି୍ରପାଠୀ ରାଜନୀତି କ୍ଷେତ୍ରର ବିରଳ ଦୃଷ୍ଟାନ୍ତ । ସେବା ମନୋବୃତ୍ତି ନେଇ ଉତ୍ସର୍ଗୀକୃତ ଭାବେ ଓଡ଼ିଶାର ରାଜନୈତିକ ଇତିହାସକୁ ସେ ଗୌରବମୟ କରିଥିଲେ । ତାଙ୍କର ନିଃସ୍ୱାର୍ଥପର ସମାଜସେବା ଓ ଅସୀମ ଦେଶଭକ୍ତି ତଥା ମାନବୀୟ ମୂଲ୍ୟବୋଧଭିତ୍ତିକ କାର୍ଯ୍ୟକଳାପ ଚିରଦିନ ପାଇଁ ସ୍ମରଣୀୟ ରହିବ ବୋଲି ଆଜି ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଡ. ସଦାଶିବ ତି୍ରପାଠୀ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଏହି ରାଜ୍ୟସ୍ତରୀୟ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତି୍ରପାଠୀଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା କହିଥିଲେ ଯେ ଓଡ଼ିଶା ରାଜନୀତିରେ ସଦାଶିବ ତି୍ରପାଠୀଙ୍କ ଘଟଣାବହୁଳ ଜୀବନ ଏକ ନିଷ୍କଳଙ୍କ ଅଧ୍ୟାୟ । ସବୁଠାରୁ ଲୋକପି୍ରୟ, ନିର୍ମଳ ବ୍ୟକ୍ତିତ୍ୱସଂପନ୍ନ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଭାବମୂର୍ତ୍ତି ଓଡ଼ିଶାର ରାଜନୈତିକ ପରମ୍ପରାକୁ ଉଦ୍ଭାସିତ କରିଥିଲା ।

ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ କହିଥିଲେ ଯେ ଓଡ଼ିଶାର ଭୂସଂସ୍କାର ଆଇନ ତାଙ୍କ ସମୟରେ ପ୍ରଣୟନ ହୋଇ ଲକ୍ଷ ଲକ୍ଷ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଇଥିଲା । ବିଧାନସଭା ଓ ସାଧାରଣ ଜୀବନରେ ତାଙ୍କର ସୁନାମ ଏବଂ ଭୂଦାନ କାର୍ଯ୍ୟକ୍ରମର ସଫଳତା ତାଙ୍କୁ ଅବିସ୍ମରଣୀୟ କରି ରଖିଛି । ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି କହିଥିଲେ ଯେ ସଦାଶିବ ତ୍ରିପାଠୀଙ୍କ ଶାସନ କାଳ ଓଡ଼ିଶା ରାଜନୈତିକ ଇତିହାସରେ ଏକ ଗୌରବୋଜ୍ଜ୍ୱଳ ସମୟ । ସେ ଯେଉଁ ଆଦର୍ଶ ମୂଲ୍ୟବୋଧର ରାସ୍ତା ଦେଖାଇଛନ୍ତି, ତାହା ଅନୁସରଣ କରିପାରିଲେ ତାହା ହିଁ ହେବ ଆଜିର ଦିନର ଏହି ବିଶିଷ୍ଟ ଜନନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ା ଓଡ଼ିଶା ରିଭୁ୍ୟ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ଡ. ସଦାଶିବ ତି୍ରପାଠୀ ଓଡ଼ିଶାର ଜାତୀୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିବା ସହ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ପରିଚିତି ସୃଷ୍ଟି କରିଥିଲେ ।

ଜୟପୁର ଆକାଶବାଣୀର ଷ୍ଟେସନ ନିର୍ଦ୍ଦେଶକ ଶ୍ରୀ ଗୌରଚନ୍ଦ୍ର ତି୍ରପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଦାଶିବ ତି୍ରପାଠୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରି କହିଲେ ଯେ ଡ. ସଦାଶିବ ତି୍ରପାଠୀଙ୍କ ପରି ଜଣେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ, ନିଷ୍କଳଙ୍କ ରାଜନେତା, ସଫଳ ପ୍ରଶାସକ, ଆଦର୍ଶ ରାଜନୀତିଜ୍ଞ ଓଡ଼ିଶା ଇତିହାସରେ ବିରଳ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଡ. ସଦାଶିବ ତି୍ରପାଠୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପର ବିକାଶ, ଭୂଦାନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ଚିରଅମର ହୋଇ ରହିବେ ।

ମୁଖ୍ୟ ଅତିଥି ପୁରୁଷୋତ୍ତମ କଳାକେନ୍ଦ୍ର, ମାଝୀଗୁଡ଼ା, ନବରଙ୍ଗପୁରର କଳାକାରମାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସଭା ପରେ ଏହି କଳାକାରମାନଙ୍କ ଦ୍ୱାରା ଜନଜାତି ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ଶବରୀ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ଇଂ ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ପ୍ରକାଶନ ପରିଚାଳକ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଦୀପ୍ତିମୟୀ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବେଲପଡ଼ା ବିଇଓ-ବିଡିଓଙ୍କ ପ୍ରୟାସରେ ପୁଣି ସ୍କୁଲକୁ ଫେରିଲେ ପ୍ରବାସୀ ଶ୍ରମିକଙ୍କ ଦୁଇ ପୁଅ

ବେଲପଡ଼ା ବିଇଓ-ବିଡିଓଙ୍କ ପ୍ରୟାସରେ ପୁଣି ସ୍କୁଲକୁ ଫେରିଲେ ପ୍ରବାସୀ ଶ୍ରମିକଙ୍କ ଦୁଇ ପୁଅ

June 27, 2026
SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

ମହାଦେବଙ୍କ ଧାମରେ ବେଦମନ୍ତ୍ର ଧ୍ୱନିରେ ବିବାହ : ବେଣୁଧରଙ୍କ ନୂଆ ଜୀବନ ଆରମ୍ଭ

June 27, 2026
ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡାରେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦ ମହାସମାବେଶ ଅନୁଷ୍ଠିତ

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବେଲପଡ଼ା ବିଇଓ-ବିଡିଓଙ୍କ ପ୍ରୟାସରେ ପୁଣି ସ୍କୁଲକୁ ଫେରିଲେ ପ୍ରବାସୀ ଶ୍ରମିକଙ୍କ ଦୁଇ ପୁଅ

ବେଲପଡ଼ା ବିଇଓ-ବିଡିଓଙ୍କ ପ୍ରୟାସରେ ପୁଣି ସ୍କୁଲକୁ ଫେରିଲେ ପ୍ରବାସୀ ଶ୍ରମିକଙ୍କ ଦୁଇ ପୁଅ

June 27, 2026
SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version