No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ବୈପାରିଗୁଡା :- ସିୱାଇଏସଡି-ପ୍ରୟାସର ୨୭ ତମ ପ୍ରତିଷ୍ଠା ଦିବସ ଏବଂ ସ୍ଥାନୀୟ ପଂଚାୟତ ବ୍ୟବସ୍ଥା ରେ ନିରନ୍ତର ବିକାଶ ଲକ୍ଷ୍ୟ ବିଷୟକୁ ନେଇ ଏକ ଆଲେଚନା ଚକ୍ର ବୈପାରିଗୁଡା ର ମୁଣ୍ଡାଗୁଡା ସ୍ଥିତ ସିୱାଇଏସଡି-ପ୍ରୟାସର ଅଫିସ ଠାରେ ଆଜି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିୱାଇଏସଡି କୋରାପୁଟ ଜିଲ୍ଲା ମୁଖ୍ୟ ସରୋଜ କୁମ୍ଭାର ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ସେଠୀ ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଆଦିତ୍ୟ ମିଶ୍ର , ସିୱାଇଏସଡି-ପ୍ରୟାସର ଦକ୍ଷିଣ ଓଡିଶାର ମୁଖ୍ୟ ରମେଶ ସ୍ୱାଇଁ ,
କେରାପୁଟ ଜିଲ୍ଲା ମୁଖ୍ୟ ସରୋଜ କୁମ୍ଭାର , ପୂର୍ବତନ କର୍ମଚାରୀ ସିୱାଇଏସଡି-ପ୍ରୟାସର ମହେଶ ଛାଟୋଇ ଯୋଗଦାନ କରି ମଂଚାସିନ ଅତିଥି ଭାବେ ଉପସ୍ଥିତ ରହିଥିଲେ । ବୈପାରିଗୁଡା ବ୍ଲକର ୨୦ ଗୋଟି ପଂଚାୟତର ସରପଂଚ , ସମିତିସଭ୍ୟ ସହିତ ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ ଓ ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ ମଧ୍ୟ ଏହି ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ ।
ପଚାଂୟତ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ କେମିତି ଜନସାଧାରଣ ମାନେ ସହଜରେ ସୁବିଧା ପାଇପାରିବେ ସେହି ବିଷୟକୁ ନେଇ ଆଲୋଚନ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ , ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ମହିଳା ଓ ପୁରୁଷ ମାନେ ନିଜ ନିଜ ଅଚାଂଳର ବିକାଶ କରିବା ରେ ପ୍ରୟାସ ହାତ ବଢ଼ାଇବା ଯୋଗୁଁ ସେହି ଅଚାଂଳର ଏବେ ଉନ୍ନତି କରିଛି ବୋଲି ଜଣେ ଜଣେ କରି ସମସ୍ତ ସଦସ୍ୟ ସେମାନଙ୍କ କଥା ଉପସ୍ଥାପନା କରିଥିଲେ । ଏହି ପ୍ରତିଷ୍ଠା ଦିବସ ଅବସରରେ ସିୱାଇଏସଡି-ପ୍ରୟାସର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
No Result
View All Result